କେନ୍ଦୁଝର ଜିଲ୍ଲା ୨୦ନଂ ଜାତୀୟ ରାଜପଥର ହସନପୁର ଟୋଲ୍ ଗେଟ୍ ନିକଟରେ ଭାରସାମ୍ୟ ହରାଇ ଓଲଟିଲା କାର। ଯାହାଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି l ତେବେ ମୃତ ବ୍ୟକ୍ତି ଜଣଙ୍କ ଘଟଗାଁ ଅଞ୍ଚଳର ଅଜୟ ସାହୁ ଓ ଆହତ ବ୍ୟକ୍ତି ଜଣଙ୍କ ଘଷିପୁରା ଥାନା କଇନିପୁରା ଗାଁ ର କୁଳମଣି ସାହୁ ବୋଲି ଜଣାପଡିଛି। ତେବେ ଏହି ଦୁଇଜଣ ବ୍ୟକ୍ତି ଟ୍ରକ୍ ମାଲିକ ହୋଇଥିବାରୁ ନିଜ କାର ଯୋଗେ ପାରାଦ୍ଵୀପ ପୋର୍ଟ ଯାଇଥିଲେ। ଆଜି ଭୋରରୁ ପାରାଦ୍ଵୀପରୁ ଘରକୁ ଫେରିବା ସମୟରେ ହସନପୁର ଟୋଲ ଗେଟରେ ଥିବା ଡିଭାଇଡରକୁ କାରଟି ଧକ୍କାଦେଇ ଓଲଟି ପଡିଥିଲା ।
ସୂଚନା ଅନୁସାରେ , ଡିଭାଇଡରକୁ ଧକ୍କାଦେଇ ଓଲଟି ପଡିଲା କାର। ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି l ତେବେ ଏଭଳି ଦୁର୍ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ୨୦ନଂ ଜାତୀୟ ରାଜପଥର ହସନପୁର ଟୋଲ୍ ଗେଟ୍ ନିକଟରେ। ଗତକାଲି ଦୁଇଜଣ ଟ୍ରକ ମାଲିକ କୌଣସି କାମ ପାଇଁ ପାରାଦ୍ଵୀପ ପୋର୍ଟକୁ ଯାଇଥିଲେ ହେଲେ ଭୋରରୁ ପାରାଦ୍ଵୀପରୁ ଘରକୁ ଫେରିବା ସମୟରେ ଏହିପରି ଦୁର୍ଘଟଣା ଘଟିଥିଲା। ତେବେ ଗୁରୁତର ଆହତ ବ୍ୟକ୍ତିଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ପଠାଯାଇଛି। ତେବେ ମୃତ ବ୍ୟକ୍ତି ଜଣଙ୍କ ଘଟଗାଁ ଅଞ୍ଚଳର ଅଜୟ ସାହୁ ଓ ଆହତ ବ୍ୟକ୍ତି ଜଣଙ୍କ ଘଷିପୁରା ଥାନା କଇନିପୁରା ଗାଁ ର କୁଳମଣି ସାହୁ ବୋଲି ଜଣାପଡିଛି। ବାରମ୍ବାର ଏହିପରି ଦୁର୍ଘଟଣା ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି।