ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ନାମାଙ୍କନର ଆଜି ଶେଷ ଦିନ । ସାଧାରଣ ନିର୍ବାଚନକୁ ଆଉ କେଇଟା ଦିନ ବାକି ରହିଲା । ଏଥିପାଇଁ ସମସ୍ତ ପ୍ରସ୍ତୁତି ହୋଇସାରିଲେଣି । ଭୋଟର ଦାତା ମାନଙ୍କୁ ନିଜସପକ୍ଷରେ ଆଣିବା ପାଇଁ ସମସ୍ତ ରାଜନୈତିକ ଦଳ ନିଜ ନିଜ ଢଙ୍ଗରେ ପ୍ରସ୍ତୁତି ଚଲାଇଛନ୍ତି। ତେଵେ ଏହାରି ମଧ୍ୟରେ ପ୍ରଥପ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ନାମାଙ୍କନ କରାଯାଉଥିଲା । ଆଜି ନାମାଙ୍କନ ଦାଖଲର ଶେଷ ଦିନ । ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା ଆସନ ଅଧୀନରେ ଥିବା ୨୮ଟି ବିଧାନସଭା ଆସନରେ ଭୋଟିଂ ହେବ । ପ୍ରଥମପର୍ଯ୍ୟାୟ ନିର୍ବାଚନ ପାଇଁ ୨୪ ତାରିଖ ସୁଦ୍ଧା ୪ଟି ଲୋକସଭା ଆସନର ନାମାଙ୍କନ ଦାଖଲ କରାଯାଇଛି । ଏଥିରେ ମୋଟ ୫୫ ଜଣ ନାମାଙ୍କନ ଦାଖଲ କରିଛନ୍ତି । କୋରାପୁଟ ଲୋକସଭା ଆସନ ଲାଗି ୧୬ ଜଣ ଓ ବ୍ରହ୍ମପୁର ଲୋକସଭା ଆସନ ଲାଗି ୧୫ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ସବୁଠାରୁ ଅଧିକ କଳାହାଣ୍ଡିରେ ୧୭ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ନବରଙ୍ଗପରୁ ୭ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।