ଚାଷୀମାନଙ୍କର ସମସ୍ୟା ତଥା ଧାନକିଣା ଦୁର୍ନୀତିର ସିବିଆଇ ତଦନ୍ତ ଦାବିରେ ନୂଆପଡ଼ାରେ ବିଜେପି ପକ୍ଷରୁ ୮ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି। ନୂଆପଡ଼ାରେ ବିଜେପି ପକ୍ଷରୁ ଜିଲ୍ଲା ୫ଟି ବ୍ଳକ ଓ ୩ଟି ଏନଏସି ସଂପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯାଉଛି। ନୂଆପଡ଼ାରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରସନ୍ନ ପାଢ଼ୀ, ଯୁବମୋର୍ଚ୍ଚା ସଭାପତି ଅଭିନନ୍ଦନ ପଣ୍ଡାଙ୍କ ନେତୃତ୍ୱରେ ବିଜେପି କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ ମଧ୍ୟ କରୁଥିବା ପରିଲକ୍ଷିତ ହୋଇଛି। ତେବେ ଏହି ବନ୍ଦ ପାଳନରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ ସହିତ ଗାଡି ଚଳାଚଳ ମଧ୍ୟ ବନ୍ଦ କରାଯାଇଛି।
ସୂଚନା ଅନୁସାରେ , ଆଜି ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ନୂଆପଡ଼ାରେ ୮ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ନୂଆପଡ଼ା ଜିଲ୍ଲାର ଚାଷୀ ସମସ୍ୟା ତଥା ଧାନକିଣା ଦୁର୍ନୀତିର ସିବିଆଇ ତଦନ୍ତ ଦାବିରେ ବିଜେପି ପକ୍ଷରୁ ଆଜି ନୂଆପଡ଼ା ଜିଲ୍ଲାରେ ଯାନବାହାନ, ଦୋକାନ ବାଜର, ସରକାରୀ ଓ ବେସରକାରୀ ଅନୁଷ୍ଠାନ, ବ୍ୟାଙ୍କ, ସ୍କୁଲ, କଲେଜ, ସହ ଜିଲ୍ଲାର ସମସ୍ତ ମଣ୍ଡି ବନ୍ଦ ରହିଥିବା ଦେଖିବାକୁ ମିଳିଛି। ଆଜି ସକାଳୁ ନୂଆପଡ଼ାରେ ଜନଜୀବନ ପ୍ରଭାବିତ ହୋଇଥିବା ମଧ୍ୟ ପରିଲିକ୍ଷିତ ହେଉଛି। ଜିଲ୍ଲାର ଖଡ଼ିଆଳ କୋମନା ବୋଡ଼େନ ସିନାପାଲି ସମେତ ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହ ରାସ୍ତା ଅବରୋଧ କରିଛି ବିଜେପି। ତେବେ ଯଦି ସରକାର ସେମାନଙ୍କର ଦାବି କୁ ଶୀଘ୍ର ପୁରାଣ ନ କରନ୍ତି ତେବେ ଏହି ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ବିଜେପି ପକ୍ଷରୁ କୁହାଯାଇଛି।
ଅଧିକ ପଢନ୍ତୁ ; ଆଦିବାସୀ ମହାସଂଘ ପକ୍ଷରୁ ଆଜି ରାୟଗଡା ବନ୍ଦ ଡାକରା