ଆଜିଠୁ ଆରମ୍ଭ ମାଟ୍ରିକ୍ ପରୀକ୍ଷା । ପରୀକ୍ଷା ପାଇଁ ବୋର୍ଡ ପକ୍ଷରୁ ସମସ୍ତ ସୁବିଧା ସୁଯୋଗ କରାଯାଇଛି । ଆଜି ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ଦିନ ୧୧. ୩୦ ମିନିଟରେ ଶେଷ ହେବ । ସକାଳ ୭.୩୦ରୁ ସମସ୍ତ ପରୀକ୍ଷାର୍ଥୀମାନେ ପରୀକ୍ଷା ହଲକୁ ପ୍ରବେଶ କରିବା ପରେ ୮.୩୦ ମିନିଟରେ ସମସ୍ତଙ୍କୁ ପ୍ରଶ୍ନପତ୍ର ପ୍ରଦାନ କରାଯିବ । ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ଅଧିକାଂଶ ସେଣ୍ଟରରେ ଏଆଇ କ୍ୟାମେରା ଲଗାଯାଇଛି । ଆଜିଠାରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୪ ତାରିଖରେ ଶେଷ ହେବ । ପରୀକ୍ଷାର୍ଥୀମାନେ ନିର୍ଭୟରେ କିପରି ସମୟ ଭିତରେ ସମସ୍ତ ପ୍ରଶ୍ନପତ୍ରର ଉତ୍ତର ଲେଖିବେ ସେଥିପାଇଁ ମଧ୍ୟ ସେମାନଙ୍କୁ ପରାମର୍ଶ ଦିଆଯାଇଥିଲା । ପରୀକ୍ଷା ପରିଚାଳନାକୁ ବ୍ୟବସ୍ଥିତ କରିବାକୁ ବୋର୍ଡ ପକ୍ଷରୁ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଛି।
ଆଗକୁ ପଢ଼ନ୍ତୁ : ଆର୍ ଜି ମହାବିଦ୍ୟାଳୟରେ ଆରମ୍ଭ ହଉ +୩ ବିଜ୍ଞାନ ବିଭାଗ