ପଦ୍ମପୁରରେ ଛାତ୍ରଛାତ୍ରୀଙ୍କୁ ମିଳିପାରୁନି +୩ ବିଜ୍ଞାନର ଶିକ୍ଷା । ପଇସା ଅଭାବରୁ ପଢିପାରୁ ନାହାନ୍ତି ଛାତ୍ରଛାତ୍ରୀମାନେ । ସେଠାରେ +୨ କଳା,+୨ ବିଜ୍ଞାନ, +୩ କଳା ବିଭାଗ ଥିବା ବେଳେ +୩ ବିଜ୍ଞାନ ବିଭାଗ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇପାରି ନାହିଁ। ସୂଚନା ଅନୁଯାୟୀ, ରାୟଗଡ଼ା ଜିଲ୍ଲା ପଦ୍ମପୁରରେ ୧୯୯୨ ମସିହାରେ ଉଚ୍ଚ ମହାବିଦ୍ୟାଳୟ ପ୍ରତିଷ୍ଠା ହେଇଥିଲା।୧୯୯୨ ରେ +୨ କଳା ବିଭାଗର ପାଠ୍ୟକ୍ରମ ଆରମ୍ଭ ହେବା ବେଳେ ୧୯୯୩ ମସିହାରେ +୨ ବିଜ୍ଞାନ ବିଭାଗର ଆରମ୍ଭ ହେଇଥିଲା।
୧୯୯୬ ମସିହାରେ ଅଞ୍ଚଳ ବାସୀଙ୍କ ଚେଷ୍ଟା କ୍ରମେ ୧୯୯୬ ମସିହାରେ +୩ କଳା ବିଭାଗର ଆରମ୍ଭ ହେଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ +୩ ବିଜ୍ଞାନ ବିଭାଗର ଆରମ୍ଭ ହୋଇପାରି ନଥିଲା । ଏଥିପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଛାତ୍ର ଛାତ୍ରୀ । ଏହା ସହ +୨ ବିଜ୍ଞାନ ବିଭାଗର ସରକାରୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟ,ସରକାରୀ ବାଳିକା(ଅନୁସୂଚିତ ଜାତି ଓ ଜନଜାତି)ଉଚ୍ଚମହା ବିଦ୍ୟାଳୟ ସହ ୨ ଗୋଟି ବେସରକାରୀ ଉଚ୍ଚ ମହାବିଦ୍ୟାଳୟରେ ବିଜ୍ଞାନ ବିଭାଗ ରହିଛି କିନ୍ତୁ ଦୁଃଖ ଏବଂ ପରିତାପର ବିଷୟ ଏହିକିଯେ ଅଞ୍ଚଳର ୩୦୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ +୩ ଅଧ୍ୟୟନ ନିମନ୍ତେ ଗୁଣୁପୁର,ରାୟଗଡ଼ା,ବ୍ରହ୍ମପୁର ଯିବାକୁ ବାଧ୍ୟ ହେଉଛନ୍ତି।
ତେବେ ଏହାକୁ ନେଇ ଅଞ୍ଚଳ ବାସୀ ଦୃଢ଼ ନିନ୍ଦା କରିଛନ୍ତି। ସେହି ଜିଲ୍ଲାର ଆଦିବାସୀ ଅନୁସୂଚିତ ଜନ ଓ ଅନୁସୂଚିତ ଜାତି ଏହି ବିଷୟ ନେଇ ଅଞ୍ଚଳ ବାସି ଅନେକ ବାର ସ୍ଥାନୀୟ ବିଧାୟକ,ପ୍ରଶାସନ, ଉନ୍ନୟନ ବିଭାଗ ମନ୍ତ୍ରୀଙ୍କୁ ଜଣାଇବା ସହିତ ଉଚ୍ଚ ଶିକ୍ଷ୍ୟା ବିଭାଗ କୁ ବହୁବାର ଚିଠି ମାଧ୍ୟମରେ ଜଣେଇଛନ୍ତି | କିନ୍ତୁ ଏ ନେଇ କୌଣସି କାର୍ଯ୍ୟକାରି ହୋଇପାରୁନାହିଁ। +୩ ଅଧ୍ୟୟନ ପାଇଁ ପଦ୍ମପୁର ଓ ଆଖ ପାଖ ଅଂଚଳରୁ ନିତିଦିନ ଯାତାୟାତ ଦ୍ବାରା ଛାତ୍ର ଛାତ୍ରୀଙ୍କ ବହୁମୂଲ୍ୟ ସମୟ ନଷ୍ଟ ହେବା ସହିତ ଅନେକ ପିଲା ଅର୍ଥ ଅଭାବରୁ ପାଠ ପଢ଼ିବାରୁ ବଞ୍ଚିତ ରହୁଛନ୍ତି। ସରକାରଙ୍କ ଏହି ସବୁ ଅବହେଳା ଯୋଗୁ ଅନେକ ଛାତ୍ର ଛାତ୍ରୀଙ୍କ ସ୍ବପ୍ନ ନଷ୍ଟ ହବା ସହିତ ସେମାନେ ନିଜ ନିଜ ଲକ୍ଷ୍ୟରେ ପହଞ୍ଚିବା ପାଇଁ ବିଫଳ ହେଉଛନ୍ତି।