ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ମା’ ଓ ଦୁଇ ପୁଅଙ୍କ ମୃତ୍ୟୁ। ବନ୍ଦ ଘର ଭିତରୁ ଉଦ୍ଧାର ହେଲା ମୃତଦେହ। ମାଆ ଓ ଦୁଇ ଶିଶୁପୁତ୍ରଙ୍କ ମୃତଦେହ ଉଦ୍ଧାର କରିଛି ଶେରଗଡ଼ ଥାନା ପୋଲିସ। ଗଞ୍ଜାମ ଶେରଗଡ଼ ଶ୍ରୀରାମ ନଗରରେ ଘଟିଛି ଏହି ଅଭାବନୀୟ ଘଟଣା। ତେବେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ କପରି ହେଲା କାରଣ ଅସ୍ପଷ୍ଟ ରହିଛି ।
ସୂଚନା ଅନୁସାରେ, ଦିଗପହଣ୍ଡିରେ ବିଷାକ୍ତ ଖାଦ୍ୟ ଖାଇ ମା’ ଓ ଦୁଇ ପୁଅଙ୍କ ମୃତ୍ୟୁ। ବାପା ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଶେରଗଡ଼ ଥାନା ଶ୍ରୀରାମ ନଗରରେ ଏପରି ଅଘଟଣ ଘଟିଛି। ମୃତକମାନେ ହେଉଛନ୍ତି ସାବିତ୍ରୀ ବେହେରା ଓ ତାଙ୍କ ଦୁଇ ଶିଶୁ ପୁତ୍ର। ମାଆ ଓ ଦୁଇ ଶିଶୁପୁତ୍ରଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ସାବିତ୍ରୀ ମହାତ୍ମାଗାନ୍ଧୀ ହାଇସ୍କୁଲରେ ଶିକ୍ଷୟିତ୍ରୀ ଥିଲେ। ଶେରଗଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଘଟଣାର ଅଧିକ ତଦନ୍ତ କରୁଛି ।
ଅଧିକ ପଢନ୍ତୁ ; ମୋ ବସ ଓ କାର ଧକ୍କାରେ ଜଣେ ମୃତ ଓ ୫ ଗୁରୁତର