ପୁରୀ-କୋଣାର୍କ ମେରାଇନ ଡ୍ରାଇଭରେ ଭୟଙ୍କର ସଡ଼କ ଦୁର୍ଘଟଣା। କାରକୁ ଧକ୍କା ଦେଲା ମୋ ବସ। ଦୁର୍ଘଟଣାରେ କାର ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଏହା ସହ ଦୁର୍ଘଟଣାରେ ୫ ଜଣ ଗୁରୁତର ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨ ଜଣଙ୍କୁ ପୁରୀରୁ କଟକ ସ୍ଥାନାନ୍ତର କରାଯାଇଛି। ମୋ ବସ କାରକୁ ଧକ୍କା ଦେଇ ଏକ ଗଛରେ ପିଟି ହୋଇଯାଇଥିଲ। ସେପଟେ ମୋ ବସ୍ ଡ୍ରାଇଭର ମଧ୍ୟ ଗୁରୁତର ହୋଇଛନ୍ତି ।
ସୂଚନା ମୁତାବକ, ମୋ ବସ ଓ କାର ଧକ୍କାରେ ଜଣେ ମୃତ ଓ ୫ ଜଣ ଗୁରୁତର। ଏହି ଦୁର୍ଘଟଣା ପୁରୀ-କୋଣାର୍କ ମେରାଇନ ଡ୍ରାଇଭରେ ଘଟିଛି। ଦୁର୍ଘଟଣାରେ କାର ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି ଏବଂ ବସ୍ ଡ୍ରାଇଭର ମୋ ବସ୍ ଭିତରେ ଫସି ରହିଥିଲେ। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ଡ୍ରାଇଭରଙ୍କୁ ବସ୍ ଭିତରୁ ଉଦ୍ଧାର କରିଥିଲେ। କାରରେ ଥିବା ୫ ଜଣ ଯାତ୍ରୀ ମଧ୍ୟ ଗୁରୁତର ହୋଇଛନ୍ତି । ମୃତକ ପୁରୀ ଗୁଡ଼ିଆ ପୋଖରୀର ସତ୍ୟ ଦାସ ବୋଲି ଜଣାପଡ଼ିଛି । ଏକ କାରରେ ଏମାନେ ଭୋର ସମୟରେ ପୁରୀରୁ କୋଣାର୍କ ଯାଉଥିଲେ। ଏହି ସମୟରେ ମେରାଇନ ଡ୍ରାଇଭରେ ମୋ ବସ୍ ସହ ଧକ୍କା ହୋଇଥିଲା ।
ଅଧିକ ପଢନ୍ତୁ ; ଖେଳ ଦେଖୁଥିବା ବେଳେ ବଜ୍ରପାତରେ ଚାଲିଗଲା ୩ ଜୀବନ