ଫୁଟବଲ୍ ମ୍ୟାଚ୍ ଚାଲିଥିବା ବେଳେ ଅଘଟଣ। ଖେଳ ଦେଖୁଥିବା ବେଳେ ବଜ୍ରପାତରେ ଚାଲିଗଲା ୩ ଜଣଙ୍କ ଜୀବନ। ଘଟଣା ସ୍ଥଳରେ ହିଁ ସେମାନଙ୍କ ମୃତ୍ୟୁ ହୋଇଥିଲା। ରାଉରକେଲା ନିକଟ ଲାଠିକଟା ବ୍ଲକ ଅନ୍ତର୍ଗତ ଗର୍ଜନ ପଞ୍ଚାୟତରେ ସ୍ଥାନୀୟ ଦୁଇ ଦଳ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍ ମ୍ୟାଚ ଚାଲିଥିଲା। ଗୋଟିଏ ବାଇକରେ ୩ ଜଣ ସାଙ୍ଗ ପହଁଚି ଗଛ ତଳେ ବସି ଖେଳ ଦେଖୁଥିଲେ ସେହି ସମୟରେ ଏହି ଅଘଟଣ ଘଟିଥିଲା। ଘଟଣା ସ୍ଥଳରେ ବ୍ରାହ୍ମଣୀ ତରଙ୍ଗ ଥାନା ପୁଲିସ ପହଂଚି ଘଟଣାର ତଦନ୍ତ କରୁଛନ୍ତି।
ସୂଚନା ଅନୁସାରେ, ଫୁଟବଲ୍ ଖେଳ ଦେଖୁଥିବା ବେଳେ ବଜ୍ରପାତରେ ଚାଲିଗଲା ରାଉରକେଲା ନିକଟ ଲାଠିକଟା ବ୍ଲକ ଅନ୍ତର୍ଗତ ଗର୍ଜନ ପଞ୍ଚାୟତରେ ସ୍ଥାନୀୟ ଦୁଇ ଦଳ ମଧ୍ୟରେ ଚାଲିଥିଲା ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍ ମ୍ୟାଚ ଚାଲିଥିଲା। ଫୁଟବଲ୍ ଖେଳ ଦେଖୁଥିବା ବେଳେ ହଠାତ ପ୍ରବଳ ବର୍ଷା ଓ ବଜ୍ରପାତ ହୋଇଥିଲା। ଗଛ ତଳେ ରହି ଖେଳ ଦେଖୁଥିବା ୩ ଜଣଙ୍କ ଉପରେ ଘଡ଼ଘଡ଼ି ପଡିବାରୁ ସେମାନଙ୍କ ମୃତ୍ୟୁ ହୋଇ ଯାଇଥିଲା। ମୃତକଙ୍କ ପରିଚୟ ମିଳିଥିବା ବେଳେ ସେମାନେ ହେଲେ ୧୮ ବର୍ଷୀୟ ବିଶାଳ ବିଲୁଙ୍ଗ, ୧୭ ବର୍ଷୀୟ ସୁନିତ ଓରାମ ଓ ୨୬ ବର୍ଷୀୟ ଶାନ୍ତି ପ୍ରକାଶ ଲାକ୍ରା। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ତଦନ୍ତ ଆରମ୍ଭ କରିଛି ବ୍ରାହ୍ମଣୀ ତରଙ୍ଗ ଥାନା ପୁଲିସ ।
ଅଧିକ ପଢନ୍ତୁ ; ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ : ବର୍ଷାରେ ଭିଜିବ ଗଣେଶ ପୂଜା