ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ମୁରାସୁ’ ସ୍ଥଳ ଭାଗ ଛୁଇଁଛି । ସୋମବାର ବିଳମ୍ବିତ ରାତି ଗୋଟାଏ ପାଖାପାଖି ଆନ୍ଧ୍ରପ୍ରଦେଶର ନେଲୋର ଓ ନରସାପୁର ମଧ୍ୟବର୍ତ୍ତୀ ଉପକୂଳ ଦେଇ ଉପକୂଳ ଅତିକ୍ରମ କରିଛି । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର ରହିଥିଲା ସହ ଝଟକା ପବନର ବେଗ ୧୨୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ।
‘ମୁରାସୁ’ ପ୍ରଭାବରେ ଆନ୍ଧ୍ରପ୍ରଦେଶକରେ ପ୍ରବଳ ବର୍ଷା ହେଉଛି । କିନ୍ତୁ ପଡ଼ୋଶୀ ରାଜ୍ୟ ଓଡ଼ିଶା ଏଥିରୁ ରକ୍ଷା ପାଇଯାଇଛି । ଓଡ଼ିଶା ଉପରେ ସେତଟା ପ୍ରଭାବ ପକାଇ ନାହିଁ । ତଥାପି ଓଡ଼ିଶାକୁ ୟେଲୋ ଆଲର୍ଟରେ ରଖିଯାଇଛି । ଦକ୍ଷିଣାବର୍ତ୍ତୀ ଜିଲ୍ଲାଗୁଡ଼ିକର କେତକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ବିଶେଷକରି ବିଶେଷ କରି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରିର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବର୍ଷା, ବଜ୍ରପାତ ଏବଂ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି।
ପାଣିପାଗ ବିଭାଗର ଆଜି ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି। ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରିର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଅଛି। ଏସବୁ ଜିଲ୍ଲା ସମେତ ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ର ଗୋଟିଏ ଦୁଇଟି ଜାଗାରେ ଘଣ୍ଟା ପ୍ରତି ୪୦-୫୦ କିମି ବେଗରେ ପବନ ରହିପାରେ । ଝଟକା ପବନ ୬୦ କିମି ଛୁଇଁପାରେ। ଉପକୂଳ ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବଜ୍ରପାତ ସାଙ୍ଗକୁ ୩୦-୪୦ ପବନ ଏବଂ ଝଟକା ପବନ ୫୦ କିମି ରହିପାରେ ।