କଟକ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (OCA) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ଡିସେମ୍ବର ୨୪ ତାରିଖରେ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଅନ୍ତର୍ଜାତୀୟ ମ୍ୟାଚ୍ ପରେ ଓସିଏ ନିର୍ବାଚନ ଅନୁଷ୍ଠିତ ହେବ। ଓସିଏର ଏକ ସ୍ୱତନ୍ତ୍ର ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇଛି।ଲୋଧା କମିଟିର ସୁପାରିସ ଓ ନିୟମ ଅନୁଯାୟୀ ହେବ ନିର୍ବାଚନ । ଏନେଇ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତିଙ୍କ ସୂଚନା ଦେଇଛନ୍ତି।
ଆସନ୍ତା ଡିସେମ୍ବର ୨୪ରେ କଟକ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଭାରତ ବନାମ ୱେଷ୍ଟ ଇଣ୍ଡିଜ୍ ଟି୨୦ ମ୍ୟାଚ୍ର ସଫଳ ଆୟୋଜନ, ଭିତ୍ତିଭୂମି ପ୍ରସ୍ତୁତି ଏବଂ ପ୍ରଶାସନିକ ସୁପରିଚାଳନା ପାଇଁ ବର୍ତ୍ତମାନର ଅଧିକାରୀମାନେ ଧ୍ୟାନ କେନ୍ଦ୍ରୀଭୂତ କରିବେ। ଏହି କାରଣରୁ ନିର୍ବାଚନ ପ୍ରକ୍ରିୟାକୁ ମ୍ୟାଚ୍ ଶେଷ ହେବା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।
ଅନ୍ୟପଟେ ଓସିଏ ନିର୍ବାଚନରେ ବିଳମ୍ବକୁ ନେଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ରେ ମାମଲା ଚାଲିଥିବା ବେଳେ, କୋର୍ଟଙ୍କ ନିର୍ଦ୍ଦେଶ ଓ ବିଚାର ପ୍ରକ୍ରିୟା ପରେ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦିଆଯାଇଛି।
ଡିସେମ୍ବର ୨୪ ର ମ୍ୟାଚ୍ ସମାପ୍ତ ହେବା ମାତ୍ରେ ହିଁ ନୂତନ କର୍ମକର୍ତ୍ତା ଚୟନ ପାଇଁ ନିର୍ବାଚନର ରୋଡ୍ମ୍ୟାପ୍ ଓ ତାରିଖ ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ।