ଶାହରୁଖ ଖାନଙ୍କ ଫିଲ୍ମ 'କିଙ୍ଗ' ଛାଡ଼ିବା ପରେ ଏବେ ଅନିରୁଦ୍ଧ ରବିଚନ୍ଦର ସାଉଥ୍ ସୁପରଷ୍ଟାର୍ ରାମ୍ ଚରଣଙ୍କ ସହ ହାତ ମିଳାଇଛନ୍ତି। ସେ ରାମ୍ ଚରଣଙ୍କ ଆଗାମୀ ଫିଲ୍ମରେ ନଜର ଆସିବେ, ଯାହାର ନିର୍ଦ୍ଦେଶନା ସୁକୁମାର ଦେଉଛନ୍ତି।
ସାଉଥ୍ ଫିଲ୍ମର ଚର୍ଚ୍ଚିତ ମ୍ୟୁଜିସିଆନ୍ ଅନିରୁଦ୍ଧ ରବିଚନ୍ଦର ବର୍ତ୍ତମାନ ସମୟରେ ନିଜ ବିବାହକୁ ନେଇ ବ୍ୟସ୍ତ ଅଛନ୍ତି। ସେ ସନ୍ରାଇଜର୍ସ ହାଇଦ୍ରାବାଦର ସିଇଓ (CEO) କାବ୍ୟା ମାରନଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଏହି କାରଣରୁ ନିକଟରେ ଖବର ଆସିଥିଲା ଯେ ସେ ଶାହରୁଖ ଖାନଙ୍କ 'କିଙ୍ଗ' ଫିଲ୍ମ ଛାଡ଼ିଦେଇଛନ୍ତି। ଅପରପକ୍ଷରେ ଆଗାମୀ ସମୟ ପାଇଁ ସେ ଏକ ନୂଆ ପ୍ରୋଜେକ୍ଟ ହାତକୁ ନେଇଛନ୍ତି। ଅନିରୁଦ୍ଧ ଏବେ ୧୧ ବର୍ଷ ପରେ ସାଉଥ୍ ସୁପରଷ୍ଟାର୍ ରାମ୍ ଚରଣଙ୍କ ସହ କାମ କରିବାକୁ ଯାଉଛନ୍ତି। ତାଙ୍କର ଆଗାମୀ ଫିଲ୍ମ RC 17 ରେ ଅନିରୁଦ୍ଧ ରବିଚନ୍ଦର ମ୍ୟୁଜିକ୍ କମ୍ପୋଜର ଭାବେ ନଜର ଆସିବେ।
୧ ନଭେମ୍ବରରେ ହିଁ ରାମ୍ ଚରଣଙ୍କ ଏହି ଫିଲ୍ମର ପୂଜା ସେରେମୋନି ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ସକାଳ ୧୦:୫୦ ରେ ଆରମ୍ଭ ହୋଇଥିଲା। ଏହି ଫିଲ୍ମ ଜରିଆରେ ପୁଣି ଥରେ ୧୧ ବର୍ଷ ପରେ 'ପୁଷ୍ପା' ଫେମ୍ ନିର୍ଦ୍ଦେଶକ ସୁକୁମାରଙ୍କ ସହ ରାମ୍ ଚରଣ ହାତ ମିଳାଇଛନ୍ତି। ଏହା ପୂର୍ବରୁ ଦୁଇ କଳାକାର ୨୦୧୫ ରେ 'ରଙ୍ଗସ୍ଥଲମ୍' ଫିଲ୍ମରେ ଏକାଠି କାମ କରିଥିଲେ। ସେହିପରି ଅନିରୁଦ୍ଧ ରବିଚନ୍ଦରଙ୍କ ସହ ରାମ୍ ଚରଣଙ୍କ ଗତ ଫିଲ୍ମ ସୁପରହିଟ୍ ରହିଥିଲା ଏବଂ ୬୦ କୋଟି ଟଙ୍କାର ବଜେଟ୍ ତୁଳନାରେ ଫିଲ୍ମଟି ପ୍ରାୟ ୨୨୦ କୋଟି ଟଙ୍କାର ବ୍ୟବସାୟ କରି ଦେଖାଇଥିଲା। ଏହାପରେ ଦୁହେଁ ଏବେ RC17 ଫିଲ୍ମ ଜରିଆରେ କମ୍ବ୍ୟାକ୍ କରୁଛନ୍ତି। ରାମ୍ ଚରଣଙ୍କ ବିଗତ କିଛି ଫିଲ୍ମର ବକ୍ସ ଅଫିସ୍ ସ୍ଥିତି ଭଲ ରହିନଥିଲା, ଏପରି ସ୍ଥିତିରେ ଏହି ଫିଲ୍ମ ଜରିଆରେ ରାମ୍ ଚରଣ ନିଶ୍ଚିତ ଭାବେ ଜବରଦସ୍ତ ଫେରନ୍ତା କାମ କରିବାକୁ ଚାହିଁବେ।
ଅନିରୁଦ୍ଧ ଛାଡ଼ିଲେ ଶାହରୁଖଙ୍କ 'କିଙ୍ଗ'
ନିକଟରେ ଏହି ଖବର ଆସିଥିଲା ଯେ ଅନିରୁଦ୍ଧ ରବିଚନ୍ଦର ଶାହରୁଖ ଖାନଙ୍କ ଫିଲ୍ମ 'କିଙ୍ଗ' ଛାଡ଼ିଦେଇଛନ୍ତି। କାବ୍ୟା ମାରନଙ୍କ ସହ ବିବାହ ପାଇଁ ତାଙ୍କୁ ବ୍ୟକ୍ତିଗତ ସମୟ ଦରକାର, ସେଥିପାଇଁ ସେ କିଙ୍ଗ ଫିଲ୍ମ ଛାଡ଼ିଛନ୍ତି। ଅପରପକ୍ଷରେ କିଙ୍ଗ୍ ଫିଲ୍ମର ମେକର୍ସ ଅନିରୁଦ୍ଧଙ୍କ ବିକଳ୍ପ ମଧ୍ୟ ଖୋଜିନେଇଛନ୍ତି ଏବଂ ଏବେ ସଚିନ୍-ଜିଗର ଏହି ଫିଲ୍ମର ମ୍ୟୁଜିକ୍ ଡାଇରେକ୍ଟର ଭାବେ ଯୋଡ଼ିହୋଇଛନ୍ତି। ଶାହରୁଖଙ୍କ ଏହି ଫିଲ୍ମ ୨୪ ଡିସେମ୍ବର ୨୦୨୬ ରେ ରିଲିଜ୍ ପାଇଁ ପ୍ରସ୍ତୁତ ରହିଛି। ଏହି ଫିଲ୍ମ ଜରିଆରେ ସୁହାନା ଖାନ୍ ନିଜର ଥିଏଟ୍ରିକାଲ୍ ଡେବ୍ୟୁ କରିବାକୁ ଯାଉଛନ୍ତି।
କାବ୍ୟା ମାରନ୍ - ଅନିରୁଦ୍ଧ ରବିଚନ୍ଦରଙ୍କ ବିବାହ
ବର୍ଷ ୨୦୨୬ ରେ ହିଁ କାବ୍ୟା ମାରନଙ୍କ ଅଙ୍କଲ୍ ଏହି କଥା ସ୍ପଷ୍ଟ କରିଥିଲେ ଯେ କାବ୍ୟା ମାରନ୍ ଏବଂ ଅନିରୁଦ୍ଧ ରବିଚନ୍ଦର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଏବେ ତ ବିବାହ କାର୍ଡ ମଧ୍ୟ ବଣ୍ଟା ସରିଛି। ଦୁହେଁ ୧୧ ନଭେମ୍ବର ୨୦୨୬ ରେ ଗ୍ରୀସ୍ରେ ଡେଷ୍ଟିନେସନ୍ ୱେଡିଂ କରିବାକୁ ଯାଉଛନ୍ତି। ଏହାପରେ ୨୧ ନଭେମ୍ବର ୨୦୨୬ ରେ ଚେନ୍ନାଇରେ ଏହି କପଲଙ୍କର ଗ୍ରାଣ୍ଡ ରିସେପ୍ସନ୍ ଆୟୋଜିତ ହେବ। ଏଥିରେ ରାଜନୀତି, ଫିଲ୍ମ, ବ୍ୟବସାୟ ଏବଂ କ୍ରୀଡ଼ା ଜଗତର ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଉପସ୍ଥିତ ଧହିବେ