ଶ୍ରୀ ମନ୍ଦିରରେ ଭକ୍ତଙ୍କ ପୋଷାକରେ ଲାଗିବ କଟକଣା । ନୂଆବର୍ଷ ଠାରୁ ଏହି ନିୟମ ଲାଗୁ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁସାରେ , ଭକ୍ତମାନେ ଶ୍ରୀମନ୍ଦିର ଗଲେ କେଉଁ ପୋଷାକ ପରିଧାନ କରିବେ ସେ ସବୁ ନିଷ୍ପତ୍ତି ଶ୍ରୀମନ୍ଦିର ପ୍ରଶାସନ ନେଇଛି ।
ଶ୍ରୀମନ୍ଦିର ଭିତରକ ଯିବାକୁ ହେଲେ ଭକ୍ତଙ୍କ ପୋଷାକରେ ଶାଳୀନତା ରଖିବାକୁ ପଡିବ । ଶାଳୀନତା ଭାବେ ପୋଷାକ ପିନ୍ଧି ଭକ୍ତମାନେ ଶ୍ରୀମନ୍ଦିର ଭିତରକୁ ଯିବେ । ଶ୍ରୀମନ୍ଦିର ପରିଚାଳନା ବୈଠକରେ ଗତକଲି ଏଭଳି ନିଷ୍ପତ୍ତି ନିଆଯାଇଛି । ଆଜିଠାରୁ ଭକ୍ତଙ୍କୁ ଏ ନେଇ ସଚେତନ କରାଯିବ । ଆଉ ୩ ମାସ ସଚେତନ କଲାପରେ ଆସନ୍ତା ଜାନୁଆରୀ ପହିଲାରୁ ଏହି ନିର୍ଦ୍ଦେଶ କଡାକଡି ହେବ । ସିଂହଦ୍ୱାର ଓ ଅନ୍ୟ ଦ୍ୱାରରେ ଏ ନେଇ କଡା ଚେକିଂ କରାଯିବ । ଜେଟିପି ଓ ପ୍ରତିହାରୀ ସେବକ ଏ ନେଇ ଚେକିଂ କରିବେ । ଏହାପରେ ଭକ୍ତଙ୍କୁ ଶ୍ରୀମନ୍ଦିରକୁ ଛଡାଯିବ । ବିଚକୁ ଯେଭଳି ଭକ୍ତମାନେ ଡ୍ରେସ ପିନ୍ଧି ଯାଉଛନ୍ତି ସେଭଳି ଡ୍ରେସ ପିନ୍ଧି ଭକ୍ତମାନେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିପାରିବେ ନାହିଁ । ଭକ୍ତମାନେ ଚିରା, ଫଟା ଜିନ୍ସ ଓ ହାତ କଟା ପୋଷାକ ଶ୍ରୀମନ୍ଦିର ଭିତରେ ପିନ୍ଧିପାରିବେ ନାହିଁ । ସେହିଭଳି ପୁରୁଷମାନେ ହାଫ୍ ପ୍ୟାଣ୍ଟ ପିନ୍ଧି ଶ୍ରୀମନ୍ଦିରକୁ ଯାଇପାରିବେ ନାହିଁ ।
କେବଳ ୧୨ ବର୍ଷରୁ କମ୍ ପିଲା ହାଫ୍ ପ୍ୟାଣ୍ଟ ପିନ୍ଧିପାରିବେ । ଆଜିଠାରୁ ଭକ୍ତମାନଙ୍କୁ ଏସମ୍ପର୍କରେ ସଚେତନ କରାଯିବ । ଜାନୁଆରୀ ପହିଲାରୁ ଏହି ନିୟମ କଡ଼ାକଡ଼ି ହେବ ।
ଆଗକୁ ପଢନ୍ତୁ :- ଷୋହଳ ସୋମବାର ବ୍ରତର ମହତ୍ତ୍ୱ