ସେନା କର୍ମଚାରୀଙ୍କୁ ହତ୍ୟା କଲେ ଦୁର୍ବୁତ୍ତ । ସଂଘବଦ୍ଧ ଭାବେ ଦୁର୍ବୁତ୍ତମାନେ ସେନା କର୍ମଚାରୀଙ୍କୁ ଆକ୍ରମଣର କରିବାରୁ ତାଙ୍କର ମୃତ୍ୟୁ ହୋଇଛି । କ୍ରିକେଟ ଖେଳ ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଥିଲେ ଭାରତୀୟ ସେନା କର୍ମଚାରୀ ଜେ.ଡିଲେଶ୍ବର ପାତ୍ର । ତାଙ୍କର ଏହି ମୃତ୍ୟୁ ପାଇଁ ସ୍ଥାନୀୟ ଅଂଚଳରେ ଶୋକାକୁଳ ପରିଵଶ ସୃଷ୍ଟି ହୋଇଛି ।ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାରେ ।
ସୂଚନା ଅନୁଯାୟୀ , ଚମାଖଣ୍ଡି ଥାନା କାଳିପଲ୍ଲୀ ଗ୍ରାମର ଜେ.ଡିଲେଶ୍ଵର ପାତ୍ର ୩ ତାରିଖ ଦିନ ଗୋପଳପୁରରୁ କ୍ରିକେଟ ଖେଳି ଘରକୁ ଫେରୁଥିବା ସମୟରେ ତାଙ୍କୁ କିଛି ଦୁର୍ବୃତ୍ତ ସଂଘବନ୍ଧ ଭାବେ ଆକ୍ରମଣ କରିଥିଲେ । ଆକ୍ରମଣ ପରେ ସେ ରକ୍ତାକ୍ତ ହୋଇ ଘଟଣା ସ୍ଥଳରେ ପଡ଼ିଥିଲେ । ଏହା ପରେ ସ୍ଥାନୀୟ ଲୋକେ ସେନା କର୍ମଚାରୀଙ୍କର ଏଭଳି ଅବସ୍ଥା ଦେଖି ପୋଲିସ ଓ ଟଙ୍କା ପରିବାରକୁ ଖବର ଦେଇଥିଲେ । ପରିବାର ଲୋକେ ସେଠାରେ ପହଞ୍ଚି ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ । ଏହାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପଚରାଉଚରା କରିଥିଲା । ଦୁର୍ଭାଗ୍ୟବଶତଃ ଚିକିତ୍ସିତ ଅବସ୍ଥାରେ ସେନା କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା । ଏନେଇ ତାଙ୍କ ନିଜ ଆଖପାଖ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।
ଅଧିକ ପଢନ୍ତୁ :ବିଳମ୍ବିତ ରାତିରେ ମହିଳାଙ୍କୁ ଗୁଳିମାଡ