ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ଶୁଖିଲା ରହିଥିବା ବେଳେ କେତେକ ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି ।
ରାଜ୍ୟର ସର୍ବନିମ୍ନ ତାପମାତ୍ରା ସେମିଳିଗୁଡ଼ାରେ ୧୨.୨ ଡିଗ୍ରି, କୋରାପୁଟରେ ୧୨.୮, ଦାରିଙ୍ଗବାଡ଼ିରେ ୧୩, ଜି. ଉଦୟଗିରିରେ ୧୩.୨, ଫୁଲବାଣୀରେ ୧୮.୧, ଫୁଲବାଣୀରେ ୧୫.୧, ନବରଙ୍ଗପୁରରେ ୧୫.୪ ଓ କିରେଇରେ ୧୫.୫ ଡିଗ୍ରି ରେକର୍ଡ କରାଯାଇଛି । ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି । ଏପଟେ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ଏବେ ଶୀତ ଅନୁଭୂତ ହେଇଛି । ହାଲୁକା ଶୀତ ସାଙ୍ଗକୁ ଘନ କୁହୁଡ଼ିରେ ଆଚ୍ଛାଦିତ ହୋଇ ରହିଛି କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି । ୪୮ ଘଣ୍ଟା ମଧ୍ୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାରଦ ଧୀରେ ଧୀର ଖସିବାରେ ଲାଗିଛି । ଫଳରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି । ଶୀତ ଋତୁ ଆସିଲେ ଦାରିଙ୍ଗିବାଡ଼ିକୁ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ପର୍ଯ୍ୟଟକମାନେ ଆସିଥାନ୍ତି । ଦାରିଙ୍ଗବାଡ଼ି ରେ ବର୍ତ୍ତମାନ ୧୨.୮ ଡ଼ିଗ୍ରୀ ରେ ଶୀତ ଅନୁଭୂତ ହେଉଛି । ଆଜିଠାରୁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ରାୟଗଡ଼ା, କୋରାପୁଟ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହୋଇପାରେ ।
ଆଗକୁ ପଢନ୍ତୁ :- ରାଜ୍ୟରେ ଧୀରେ ଧୀରେ ଶୀତର ଲହରି ବୃଦ୍ଧି ପାଉଛି