ହାତରେ ରିଭଲଭର ରଖି ଲୋକଙ୍କୁ ଡରାଇବା ପଡିଲା ମହଙ୍ଗା । ସର୍ବସମ୍ମୁଖରେ ହାତରେ ରିଭଲଭର ରଖି ଜଣେ ବ୍ୟକ୍ତିଙ୍କୁ ପଡିଲା ମହଙ୍ଗା । ତେବେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁରର ବୁର୍ଲା ସହର ଠାରେ । ସମ୍ବଲପୁର ବୁର୍ଲା ପୋଲିସକୁ ମିଳିଛି ଏକ ସଫଳତା । ସହରର ପିଜି ଛକରେ ବେଆଇନ ଦେଶୀ ରିଭଲଭର ସହ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି ।
ସୂଚନା ଅନୁଯାଇ, ଅଭିଯୁକ୍ତ ଜଣକ ପିଜି ଛକର ଆଇ ଆର କଲୋନୀର ୪୩ ବର୍ଷିୟ ଗୁଣ ପଞ୍ଚବିହାର । ତେବେ ପୋଲିସ ପେଟ୍ରୋଲିଂ ସମୟରେ ଗୁଣ ପଞ୍ଚବିହାର ବେଆଇନ ଭାବରେ ରଖିଥିବା ଏକ ଦେଶୀ ରିଭଲଭର କୁ ସର୍ବସାଧାରଣ ରେ ଦେଖାଇ ଲୋକଙ୍କ ମନରେ ଭୟ ସୃଷ୍ଟି କରୁଥିଲା । ପୋଲିସ ବିଶେଷ ସୂତ୍ରରୁ ଖବର ପାଇବା ପରେ ପୋଲିସ ତାକୁ କାବୁ କରି ଗିରଫ କରିଥିଲା । ପରେ ଅଭିଯୁକ୍ତଙ୍କ ଠାରୁ ଦେଶୀ ରିଭଲଭରକୁ ଜବତ କରି ବେଆଇନ ମାରଣାସ୍ତ୍ର ରଖିବା ଅଭିଯୋଗରେ ଥାନାରେ ଏକ ମାମଲା ରୁଜୁ କରି ତାକୁ କୋର୍ଟ ଚାଲାଣ କରିଥିବା ନେଇ ବୁର୍ଲା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
ଅଧିକା ପଢନ୍ତୁ:ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଗୋପାଳପୁର ବତୀଘର