ଗୋରୁ ବୋଝେଇ ଟ୍ରକକୁ ଅଟକ ରଖି ୪୦ ଗୋରୁକୁ ଉଦ୍ଧାର କଲେ ଗ୍ରାମବାସୀ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ୫୩ ନଂ ଜାତୀୟ ରାଜପଥର ନୂଆପାଣି ଗାଁ ନିକଟରେ ଗ୍ରାମବାସୀମାନେ ୪୦ ଗୋରୁକୁ ଉଦ୍ଧାର କରିଛନ୍ତି ବୋଲି ସୂଚନା ମିଳିଛି । ଯାଜପୁରରୁ ଏକ ଗୋରୁ ବୋଝେଇ ଟ୍ରକ ୪୦ ରୁ ଅଧିକ ଗୋରୁଙ୍କୁ ନେଇ ତାଳଚେର ଅଞ୍ଚଳକୁ ଯାଉଥିବା ବେଳେ ନୂଆପାଣି ନିକଟରେ ଗ୍ରାମବାସୀମାନେ ଗାଡିକୁ ଅଟକାଇଥିଲେ । ଏବଂ ଟ୍ରକରେ ଥିବା ଗୋରୁମନକୁ ଉଦ୍ଧାର କରିବା ସହିତ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରୁ ଟ୍ରକ ଚାଳକ ଫେରାର ହୋଇଯାଇଛି । ଘଟଣାସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ଗାଡିକୁ ଜବତ କରିବା ସହିତ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।