ଆଜି ସମ୍ବଲପୁର ଜିଲ୍ଲା ଭୀମଭୋଇ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ମହିଳା ସଫେଇ କର୍ମଚାରୀ ରାସ୍ତା ସଫା କରୁଥିବା ବେଳେ ତାଙ୍କ ଗୋଡ଼ ଉପରେ ଟ୍ରକ୍ ଚଢ଼ିଯାଇଛି। ଦୁର୍ଘଟଣା ଫଳରେ ମହିଳାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ତେଣୁ ଗୁରୁତର ଅବସ୍ଥାରେ ସଫେଇ କର୍ମଚାରୀଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଂଚି ଘଟଣା ବାବଦରେ ଅଧିକ ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ , ଆଜି ସକାଳେ ମହିଳା ସଫେଇ କର୍ମଚାରୀ ସମ୍ବଲପୁର ଜିଲ୍ଲା ଭୀମଭୋଇ ଛକରେ ଝାଡ଼ୁ ମାରୁଥିବା ବେଳେ ଏକ ଟ୍ରକ ଦ୍ରୁତ ଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ମହିଳା ଜଣଙ୍କ ତଳେ ପଡ଼ି ଯାଇଥିଲେ। ଏହାପରେ ଟ୍ରକଟି ତାଙ୍କ ଗୋଡ଼ ଉପରେ ଚଢି ଯାଇଥିଲା। ଟ୍ରକ ଗୋଡ଼ରେ ଚଢ଼ିଯିବା ଫଳରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ଏହାପରେ ସ୍ଥାନୀୟ ଲୋକେ ଆହତ ସଫେଇ କର୍ମଚାରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରେଢ଼ାଖୋଲ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ଅବସ୍ଥା ଗୁରତର ହେବାରୁ ପରେ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ତେବେ ଧକ୍କା ମାରିଥିବା ଥିବା ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ତେଣୁ ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ରାସ୍ତା ରୋକ କରିଛନ୍ତି।