ଆସନ୍ତା ଏପ୍ରିଲ ୧ ତାରିଖ ଠାରୁ ଖୋଲିବ ଗୋପାଳପୁର ବତୀଘର । ବତୀଘର ଉପରେ ଚଢି ଗୋପାଳପୁରର ସୁନ୍ଦର ସୌଦର୍ଯ୍ୟକୁ ଉପଭୋଗ କରିବେ ପର୍ଯ୍ୟଟକ । ପର୍ଯ୍ୟଟକମାନେ ଟିକଟ କରି ବତୀଘରକୁ ଦେଖିବା ସହ ବୁଲିବା ଇତ୍ୟାଦି କାର୍ଯ୍ୟ କରି ପାରିବେ । କେନ୍ଦ୍ର ଜାହାଜ ପରିବହନ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଗୋପାଳପୁରରେ ବତୀଘର ସହିତ ଉଦ୍ୟାନ, ୱାଟର ଫାଉଣ୍ଟେନ୍ ଇତ୍ୟାଦି ପର୍ଯ୍ୟଟକଙ୍କ ମନକୁ ଆହୁରି ଆକର୍ଷଣ କରିବା ପାଇଁ ତିଆରି କରାଯାଇଛି ।
ବତୀଘରକୁ ଯିବା ଆସିବା କରିବା ପାଇଁ ପର୍ଯ୍ୟଟକଙ୍କ ପାଇଁ ଲିଫ୍ଟର ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି । ଗୋପାଳପୁରକୁ ଆସୁଥିବା ପର୍ଯ୍ୟଟକମାନେ ସମୁଦ୍ର କୂଳରେ ପ୍ରାକୃତିକ ପରିବେଶକୁ ଉପଭୋଗ କରିଥାନ୍ତି । ଆସନ୍ତା ଏପ୍ରିଲ ୧ ତାରିଖ ଠାରୁ ପର୍ଯ୍ୟଟକମାନେ ସମୁଦ୍ର କୂଳରେ ମଜାମସ୍ତି କରିବା ସହିତ ବତୀଘର ଚଢି ସେଠାକାର ମନଲୋଭା ଦୃଶ୍ୟର ମଜା ନେଇପାରିବେ ।
ଆଗକୁ ପଢ଼ନ୍ତୁ : ନିର୍ବାଚନ ପାଇଁ ଲାଞ୍ଜିଗଡ଼ ପୁଲିସର ଫ୍ଲାଗମାର୍ଚ୍ଚ