ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲାସ୍ଥିତ ଲାଞ୍ଜିଗଡ ସହର ତଥା ଅନ୍ୟାନ୍ୟ ସମ୍ବେଦନଶୀଳ ଅଞ୍ଚଳରେ ପୁଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ୍ କରାଯାଇଛି। କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ପୁଲିସ ପକ୍ଷରୁ ସମ୍ବେଦନଶୀଳ ଅଞ୍ଚଳରେ ଏହି ଫ୍ଲାଗ ମାର୍ଚ୍ଚ କରାଯାଇଥିବା ବେଳେ ଲାଞ୍ଜିଗଡ ଥାନାଧିକାରୀ ବିଜୟଲକ୍ଷ୍ମୀ ହିକକାଙ୍କ ନେତୃତ୍ବରେ ଏହି ମାର୍ଚ୍ଚ କରା ଯାଇଥିଲା।
ଆଗାମୀ ମେ’ ମାସ ୧୩ ତାରିଖରେ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀରେ ଉଭୟ ଲୋକସଭା ଓ ବିଧାନସଭା ପାଇଁ ଭୋଟଗ୍ରହଣ ହେବାକୁ ଥିବା ବେଳେ ଲାଞ୍ଜିଗଡ଼ ଥାନାଧିକାରୀ ବିଜୟଲକ୍ଷ୍ମୀ ହିକକାଙ୍କ ନେତୃତ୍ବରେ କରା ଯାଇଥିବା ଏହି ମାର୍ଚ୍ଚରେ ତ୍ରିଲୋଚନପୁର CRPFର ୨ ପ୍ଲାଟୁନ କେନ୍ଦ୍ରୀୟ ସୁରକ୍ଷା ବଳ ସହିତ ASI ଏଲ.ଆର ସେଠୀ, ASI ସ୍ଵର୍ଣ୍ଣଲତା ଗମାଙ୍ଗଙ୍କ ସମେତ ଅନ୍ୟ ଥାନା ପୁଲିସ କର୍ମଚାରୀମାନେ ଏହି ଫ୍ଲାଗ ମାର୍ଚ୍ଚରେ ସାମିଲ ହୋଇଥିଲେ। ତେବେ ନିର୍ବାଚନ ସମୟରେ ଓ ପୂର୍ବରୁ ଆଦର୍ଶ ଆଚରଣବିଧି ପାଳନ କରିବା ଏବଂ ଆଇନ ଶୃଙ୍ଖଳା ରକ୍ଷା କରିବା ତଥା ଲୋକଙ୍କ ମନରୁ ଭୟ ଦୂର କରି ପୁଲିସ ଉପରେ ଆସ୍ଥା ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ଏହି ଫ୍ଲାଗମାର୍ଚ୍ଚ କରାଯାଇଥିଲା ବୋଲି ଥାନାଧିକାରୀ ବିଜୟଲକ୍ଷ୍ମୀ ହିକକା ପ୍ରକାଶ କରିଛନ୍ତି।
ଅଧିକ ପଢନ୍ତୁ: ଭାରତ ଆସୁଛନ୍ତି ୟୁକ୍ରେନ ବୈଦେଶିକ ମନ୍ତ୍ରୀ