ତପ୍ତପାଣି ଘାଟିରେ ବଡ଼ ଦୁର୍ଘଟଣା l ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ବୋରୱେଲ ଟ୍ରକ୍ । ଏହି ଦୁର୍ଘଟଣାରେ ୧୨ ଜଣ ଶ୍ରମିକ ଆହତ ହୋଇଛନ୍ତି । ଆହତ ବ୍ୟକ୍ତିଙ୍କ ମଧ୍ୟରେ ୫ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଯାଇଛି । ଦିନକୁ ଦିନ ଘଟିଚାଲିଛି ଦୁର୍ଘଟଣା । ଯାହାଫଳରେ କାହାର ଜୀବନ ଚାଲିଯାଉଛି ତ ଆଉ କାହାର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଯାଉଛି । ଏପରିକି ଦୁର୍ଘଟଣା ଫଳରେ କେତେକ ପରିବାର ମଧ୍ୟ ଉଜୁଡି ଯାଉଛି । ରାସ୍ତାରେ ଯାଉଥିବା ସମୟରେ ଏକ ବୋରୱେଲ ଟ୍ରକ୍ ଘାଟିରେ ଓଲଟି ପଡିଲା । ଏଭଳି ଅଭାବନୀୟ ଘଟଣା ଘଟିଛି ଗଂଜାମ ଜିଲ୍ଲାରେ ।
ସୂଚନା ଅନୁଯାୟୀ,ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରବିବାର ସକାଳ ସମୟରେ ଗଜପତି ଜିଲାରୁ ବ୍ରହ୍ମପୁରକୁ ଏକ ନଳକୂପ ନଳକୂପ ଖନନ ଗାଡ଼ି ଯାଉଥିଲା । ତପ୍ତପାଣୀ ଘାଟି ନିକଟରେ ଟ୍ରକ୍ଟି ନି ନିୟନ୍ତ୍ରଣ ହରାଇଥିଲା । ଏହାପରେ ଟ୍ରକଟି ଘାଟିରେ ରେ ଓଲଟି ପଡିଥିଲା । ଯାହାଫଳରେ ଏଭଳି ଦୁର୍ଘଟଣା ଘଟିଥିଲା। ସେହି ଟ୍ରକ ମଧ୍ୟରେ ଯାଉଥିବା ୧୨ ଶ୍ରମିକ ଆହତ ହୋଇଯାଇଥିଲେ । ସେମାନଙ୍କ ମଧ୍ୟରେ ୫ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଯାଇଛି ।
ସ୍ଥାନୀୟ ଲୋକେ ଏହି ଦୁର୍ଘଟଣା ଦେଖି ଆହତଙ୍କୁ ଉଦ୍ଧାର କରିବା ସହ ସୁରକ୍ଷା ବାହିନୀଙ୍କୁ ଖବର ଜଣାଇଥିଲେ । ଖବର ପାଇ ସୁରକ୍ଷା ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ସେମାନଙ୍କର ଚିକିତ୍ସା କରାଯାଉଛି ।