ଓଡିଶା-ଛତିଶଗଡ଼ ସୀମାରେ କଡାକଡି ଯାଞ୍ଚ । ଆରମ୍ଭ ହୋଇଗଲାଣି ସାଧାରଣ ନିର୍ବାଚନ । ଭିନ୍ନ ଭିନ୍ନ ପର୍ଯ୍ୟାୟରେ ନିର୍ବାଚନ କରାଯିବା ନେଇ ଜାତୀୟ ନିର୍ବାଚନ କମିଶନର ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ନିର୍ବାଚନକୁ ଦୃଷ୍ଟିରେ ରଖି ସୁରକ୍ଷା ବାହିନୀଙ୍କ ପକ୍ଷରୁ କଡାକଡି ଯାଞ୍ଚ କରାଯାଉଛି । ପୋଲିସ ପକ୍ଷରୁ ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଅଞ୍ଚଳ କୁନ୍ଦେଇ ଓ ଉମରକୋଟରେ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି ।
ଉମରକୋଟର ଦଣ୍ଡସୋରା ଓ କୁନ୍ଦେଇ ଥାନାର ସମସ୍ତ ସୀମା ପ୍ରବେଶ ପଥରେ ପୋଲିସ ରହି ସମସ୍ତ ଯାନବାହନକୁ ଅଟକାଇ ଚେକିଂ କରାଯାଉଛି । ଏହି ଯାଞ୍ଚରେ ପୋଲିସ ବିଭାଗଙ୍କ ସହ ସିଆରପିଏଫ ଯବାନ ମିଶିଛନ୍ତି । ପୋଲିସ ଓ ସିଆରପିଏଫ ଯବାନ ଉଭୟ ସିମାନ୍ତ ଅଞ୍ଚଳର ସୁରକ୍ଷା ପାଇଁ ଲାଗିପଡିଛନ୍ତି । ଓଡିଶାରୁ ଛତିଶଗଡ଼ ଏବଂ ଛତିଶଗଡ଼ରୁ ଓଡିଶାକୁ ଯାତାୟାତ କରୁଥିବା ସମସ୍ତ ଗାଡିକୁ ଯାଞ୍ଚ କରାଯାଉଛି । ମଦ, ଟଙ୍କା ଯେପରି ଛତିଶଗଡ ପଟୁ ଓଡିଶା ଭିତରକୁକିପରି ପ୍ରବେଶ କରିବା ନାହିଁ ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯାଇଛି । ନିର୍ବାଚନର ଶେଷ ପର୍ଯ୍ୟନ୍ତ ଏହି ଯାଞ୍ଚ କରାଯିବା ବୋଲି ସୂଚନା ମିଳିଛି ।