ଶିକାରୀମାନେ ନିର୍ଭୟରେ ଜଙ୍ଗଲ ଭିତରେ ପଶି ବନ୍ୟଜନ୍ତୁଙ୍କୁ ଶିକାର କରୁଛନ୍ତି । ଥରେ କି ଦୁଇ ଥର ନୁହେଁ ବାରମ୍ବାର ଶିକାରୀମାନେ ଜଙ୍ଗଲରେ ଥିବା ବନ୍ୟଜନ୍ତୁଙ୍କୁ ଶିକାର କରି ସେମାନଙ୍କୁ ବିକ୍ରି କରୁଛନ୍ତି । ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ଶିକାରୀମାନେ ବନ୍ୟଜନ୍ତୁଙ୍କୁ ଶିକାର କରୁଥିବାବେଳେ ୩ ଜଣଙ୍କୁ ଗିରଫ କରିବା ସହିତ ଅଭିଯୁକ୍ତଙ୍କ ଠାରୁ ଦେଶୀ ବନ୍ଧୁକ ଓ ଧନୁତୀର ଜବତ କରିଛି ବନ ବିଭାଗ । ଜଙ୍ଗଲ ମଧ୍ୟରେ ବନ କର୍ମଚାରୀ ପେଟ୍ରୋଲିଂ କରୁଥିବା ସମୟରେ ଏକ ବିଶେଷ ସୂତ୍ରରୁ ଖବର ପାଇ ଉକ୍ତ ଅଂଚଳରେ ଚଢ଼ାଉ କରିଥିଲେ ।
ବିଳମ୍ୱିତ ରାତିରେ ବନ କର୍ମଚାରୀମାନେ ୩ ଜଣ ଶିକାରୀଙ୍କୁ ଗିରଫ କରିଥିଲେ । ପରେ ବନ କର୍ମଚାରୀ ୩ ଜଣ ଶିକାରୀଙ୍କ ଘରକୁ ଯାଞ୍ଚ କରିଥିଲା ଘରୁ ଦେଶୀ ବନ୍ଧୁକ ଓ ଧନୁତୀର ଜବତ କରିଛି ବନ ବିଭାଗ । ୩ ଜଣ ଅଭିଯୁକ୍ତଙ୍କ ପରିଚୟ ମିଳିଛି । ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ବନ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି ।
ଆଗକୁ ପଢ଼ନ୍ତୁ : ପୁରୀରେ ବଢ଼ି ଚାଲିଛି ଚୋରା ବନ୍ଧୁକ କାରବାର