ଭୁବନେଶ୍ୱର: ଚିନ୍ତା ବଢ଼ାଇଲାଣି ଅସହ୍ୟ ତାତି। ଏପ୍ରିଲ ଆରମ୍ଭରୁ ହିଁ ରାଜ୍ୟରେ କଲବଲ କଲାଣି ତାତି। ଅସହ୍ୟ ଗରମ ଓ ଗୁଳିଗୁଳିରେ ଅସ୍ତବ୍ୟସ୍ତ ହେଲାଣି ଜୀବନ। ସକାଳ ୮ ଟାରୁ ଅନୁଭୂତ ହେଉଛି ଟାଣ ଖରା। ସେହିପରି ରାଜ୍ୟକୁ ହଟ୍ ଆଣ୍ଡ ହିମ୍ୟୁଡିଟି ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ତେବେ ଆଗାମୀ ୩ ଦିନ ପାଇଁ ଗରମ ଗୁଳିଗୁଳି ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି। ଏପରିକି ଟ୍ୱିନ ସିଟିରେ ମଧ୍ୟ ଆହୁରି ଅଧିକ ତାପମାତ୍ରା ବଢିବା ନେଇ ପୂର୍ବାନୁମାନ କରାଯାଇଛି।
ତେବେ ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ପ୍ରଚଳିତ ପାଗ ଢାଞ୍ଚା ଯୋଗୁଁ ଦିନର ତାପମାତ୍ରା ବୃଦ୍ଧି ପାଇଛି। ଗ୍ରୀଷ୍ମ ଋତୁର ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ହେବାର ପୂର୍ବାନୁମାନ କରାଯାଉଛି। ଏହାସହିତ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ତେବେ ଅସହ୍ୟ ତାଟିକୁ ଦୃଷ୍ଟିରେ ରଖି ଅଂଶୁଘାତର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି। ହିଟୱେଭ ପାଇଁ ଆକ୍ସନ ପ୍ଲାନ କରାଯାଇଛି। ଏହାସହିତ ରାସ୍ତାର ପ୍ରତ୍ୟକଟି ଛକରେ ଜଳଛତ୍ରର ବ୍ୟବସ୍ଥା କରାଯାଇଛି। ଏପରିକି ଦିନରେ ଶ୍ରମିକମାନଙ୍କୁ କାମ କରିବା ପାଇଁ ବାରଣ କରାଯାଇଛି। ଏହାସହିତ ସକାଳୁଆ ସ୍କୁଲ ମଧ୍ୟ କରାଯାଇଛି ଛୋଟ ଛୋଟ ପିଲାଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି।
ଅଧିକ ପଢନ୍ତୁ ; ଆସୁଛି ଝଡ଼ବର୍ଷା; କାଲିଠୁ ଆସନ୍ତା ୫ ଦିନ ଯାଏ ରାଜ୍ୟରେ ଜାରି ରହିବ କାଳବୈଶାଖୀ