ଭୁବନେଶ୍ୱର: ପୁଣି ରାଜଧାନୀରେ ମଦ୍ୟପ ଯୁବକଙ୍କ ଉନ୍ନତ କାଣ୍ଡ। ହୋଟେଲ କର୍ମଚାରୀକୁ ଖଣ୍ଡାରେ ଗୋଡେଇ ଗୋଡେଇ ହାଣିଲେ ୪ ମଦ୍ୟପ ଯୁବକ। ଆହତ ଯୁବକ ହେଲେ ପୂର୍ବ ପଶ୍ଚିମବଙ୍ଗ, ମେଦିନ ପୁର, ବୁଦ୍ଧ ଭୂୟାଁ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଆହତ ହୋଟେଲ କର୍ମଚାରୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖାରବେଳ ନଗର ଥାନା ୟୁନିଟ ୪ ଆମିଷ ବଜାର ପାଖରେ ଘଟିଛି ଏହି ନାରକୀୟକାଣ୍ଡ। ଘଟଣାସ୍ଥଳରେ ଖାରବେଳ ନଗର ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି।
ସୂଚନା ଅନୁସାରେ, ଶନିବାର ବିଳମ୍ବିତ ରାତିରେ ହୋଟେଲ କର୍ମଚାରୀ ଜଣଙ୍କ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ। ଏହାପରେ ହଠାତ ୨ ଜଣ ଯୁବକ ଆସି ତାଙ୍କୁ ଧକ୍କା ଦେଇଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ସେହି ଦୁଇ ମଦ୍ୟପ ଯୁବକ ଆଉ ୨ ଜଣଙ୍କୁ ଫୋନ କରି ଡାକିଥିଲେ। ଏହାପରେ ୪ ଜଣ ଯୁବକ ମିଶି ହୋଟେଲ କର୍ମଚାରୀଙ୍କୁ ଗୋଡେଇ ଗୋଡେଇ ହାଣିଥିଲେ। ଯାହାଫଳରେ ଉକ୍ତ ଯୁବକଙ୍କ ମୁଣ୍ଡ, ଗୋଡ଼ରେ ଗଭୀର ଆଘାତ ଲାଗିଛି। ତେଣୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଅଧିକ ପଢନ୍ତୁ ; ଚେକ୍ଡ୍ୟାମରେ ଗାଧେଇବା ହେଲା କାଳ; ବୁଡ଼ିଯାଇ ୨୧ ବର୍ଷୀୟ ଯୁବକ ମୃତ