ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ରେଢାଖୋଳ ବ୍ଲକ ଅଧୀନ ବେଟଗାଡ଼ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଶନିବାର ଚେକ୍ଡ୍ୟାମରେ ଗାଧେଇବାବେଳେ ଜଣେ ୨୧ ବର୍ଷୀୟ ଯୁବକଙ୍କ ବୁଡ଼ି ଯାଇ ମୃତ୍ୟୁବରଣ କରିଛନ୍ତି। ମୃତକ ହେଉଛନ୍ତି ପୁରୁଷୋତ୍ତମ ପାତ୍ର ଓରଫ ଦୀପକ। ସେ ବରଗଡ଼ ଜିଲ୍ଲାରେ କାମ କରୁଥିଲେ ଏବଂ ଗୋଟିଏ ଦିନ ପୂର୍ବରୁ ଘରକୁ ଫେରିଥିଲେ।
ସୂଚନା ଅନୁଯାୟୀ, ଦୀପକ ଗାଁ ନିକଟରେ ଥିବା ଚେକ୍ଡ୍ୟାମକୁ ଆଜି ଗାଧେଇବାକୁ ଯାଇଥିଲେ। ସେଠାରେ ଅଚାନକ ଗଭୀର ପାଣିରେ ପଡ଼ି ବୁଡିଯାଇଥିଲେ। ସ୍ଥାନୀୟ ଲୋକମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ରେଢାଖୋଳ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ। କିନ୍ତୁ ହସ୍ପିଟାଲରେ ପହଞ୍ଚିବା ପରେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ଗାଁରେ ଶୋକର ପରିବେଶ ସୃଷ୍ଟି ହୋଇଛି।
ଅଧିକ ପଢନ୍ତୁ: ଆସୁଛି ଝଡ଼ବର୍ଷା; କାଲିଠୁ ଆସନ୍ତା ୫ ଦିନ ଯାଏ ରାଜ୍ୟରେ ଜାରି ରହିବ କାଳବୈଶାଖୀ