କୋରାପୁଟ : ଥରି ଉଠିଲା କୋରାପୁଟ। କେହି କିଛି ବୁଝିବା ଆଗରୁ ପ୍ରାୟ ୧୫ ସେକେଣ୍ଡ୍ ପାଇଁ କୋରାପୁଟବାସୀଙ୍କୁ ଦୋହଲାଇ ଦେଇଥିଲା ଭୂକମ୍ପ। ରାତି ୧୧ଟା ୩୧ ମିନିଟ୍ରେ ଅନୁଭୂତ ହୋଇଛି ଏହି ଭୂମିକମ୍ପ। ରିକ୍ଟର ସ୍କେଲ୍ ଅନୁସାରେ ୪.୪ ସାନ୍ଦ୍ରତାର ଏହି ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି। ଏନେଇ ଲୋକଙ୍କ ମଧ୍ୟରେ ଭୟ ସଞ୍ଚାର ହୋଇଥିଲା। ତେବେ ଏହି ଭୂମିକମ୍ପରେ କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ରହିଛି।
ସୂଚନା ଅନୁସାରେ, ଶନିବାର ବିଳମ୍ବିତ ରାତି ପ୍ରାୟ ୧୧ଟା ୩୧ ମିନିଟ୍ରେ ହଠାତ ସବୁ କିଛି ଦୋହଲିବାକୁ ଲାଗିଥିଲା। ହଠାତ୍ ଘରର ବିଭିନ୍ନ ସାମଗ୍ରୀ ଜୋର୍ରେ ଥରି ଉଠିଥିଲା। ଲୋକଙ୍କ ନିଦ ଭାଙ୍ଗି ଯାଇଥିଲା। ଗାଈଗୋରୁ ମଧ୍ୟ ଭୂମିକମ୍ପ ପ୍ରଭାବରେ ଗୁହାଳ ଛାଡ଼ି ଭୟରେ ଦୌଡ଼ି ଥିଲେ। ଏପରିକି ପ୍ରାୟ ୧୫ ସେକେଣ୍ଡ୍ ପର୍ଯ୍ୟନ୍ତ ପାଇଁ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। କୋରାପୁଟ, ଜୟପୁର ସହର, ସୁନାବେଡ଼ା, ବୋରିଗୁମ୍ମା, ନନ୍ଦପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି। ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ସ୍ଥାନଗୁଡିକର ସ୍ଥିତି ଅନୁଧ୍ୟାନ କରାଯାଉଛି।
ଅଧିକ ପଢନ୍ତୁ ; ବନ୍ଧୁକ ମୁନରେ ଲୁଟିନେଲେ ୧୦ ଲକ୍ଷ ଟଙ୍କାର ଅଳଙ୍କାର