ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ଉମରକୋଟ ସହରର ଏକ ବେଆଇନ ବାଣ ଗୋଦାମ ଉପରେ ପୁଲିସ ତରଫରୁ ବଡ଼ ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ସମୟରେ ଲକ୍ଷାଧିକ ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକାରର ବାଣ ଜବତ କରାଯାଇଥିବା ସୂଚନା ମିଳିଛି।
ସୂଚନାନୁସାରେ, ଉମରକୋଟ ସହରରେ ଗୋଟିଏ ଗୋପନୀୟ ସ୍ଥାନରେ ଅବୈଧ ଭାବେ ବହୁ ପରିମାଣରେ ବାଣ ସଂଗ୍ରହ କରାଯାଇଥିବା ବିଷୟରେ ପୁଲିସକୁ ଗୁପ୍ତ ସୂଚନା ମିଳିଥିଲା। ଏହା ପରେ ପୁଲିସ ଟିମ୍ ସେହି ସ୍ଥାନରେ ଚଢ଼ାଉ କରି ଗୋଦାମରୁ ବହୁ ପରିମାଣର ବାଣ ଜବତ କରିଥିଲେ। ଏହି ଘଟଣାରେ ସଂପୃକ୍ତ ଥିବା ସନ୍ଦେହରେ ଦୁଇ ଜଣଙ୍କୁ ପୁଲିସ ଅଟକ ରଖିଛି। ସେମାନଙ୍କୁ ପଚରାଉଚାରା କରାଯାଉଥିବା ବେଳେ ଏହି ବେଆଇନ ବ୍ୟବସାୟର ପଛରେ ଅନ୍ୟ କିଏ ଜଡିତ ଅଛନ୍ତି କି ନାହିଁ, ସେଥିପାଇଁ ପୁଲିସ ତଦନ୍ତ ଜାରି ରଖିଛି।
ଗତ କିଛି ଦିନ ତଳେ ଵିରମିତ୍ରପୁର ଗୋଲବଜାର ମାର୍କେଟରେ ଥିବା ତିନୋଟି ବେଆଇନ ଵାଣ ଦୋକାନରେ ଵିରମିତ୍ରପୁର ଥାନା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ପ୍ରାୟ କୋଟିଏ ଟଙ୍କା ମୁଲ୍ୟର ଵାଣ ଜଵତ କରିଥିଲା ପୋଲିସ । ତିନୋଟି ଦୋକାନରେ ଵିନା ଲାଇସେନ୍ସରେ ଵେଆଇନ ଭାବେ ମହଜୁଦ ଥିବା ୫ ଶହ ୪୫ ପେଟି ଵାଣ ଜଵତ ହୋଇଥିଲା।