ବାଲେଶ୍ୱର : ଦିନକୁ ଦିନ ବଢିଚାଲିଛି ଲୁଟେରାଙ୍କ ଆତଙ୍କରାଜ। ଯାହାଫଳରେ ଚିନ୍ତାରେ ରାଜ୍ୟବାସୀ। ସେହିପରି ପୁଣି ଲୁଟର ଶିକାର ହୋଇଛନ୍ତି ଜଣେ ସୁନା ବ୍ୟବସାୟୀ। ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ଅମର୍ଦ୍ଦା ବଜାରରେ ବନ୍ଧୁକ ମୁନରେ ହୋଇଛି ଲୁଟ। ମୁଣ୍ତରେ ବନ୍ଧୁକ ଲଗାଇ ଗହଣା ଭର୍ତ୍ତି ବ୍ୟାଗ ଝାମ୍ପି ନେଲେ ଦୁର୍ବୁର୍ତ୍ତ। ଲୁଟ ଗହଣାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା। ତେବେ ଏ ନେଇ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ଲୁଟର ଶିକାର ବ୍ୟକ୍ତି। ଅଭିଯୋଗକୁ ଆଧାର କରି ପୋଲିସ କରୁଛି ତଦନ୍ତ।
ସୂଚନା ଅନୁସାରେ, ଶନିବାର ବିଳମ୍ବିତ ରାତିରେ ବ୍ୟବସାୟୀ ଜଣଙ୍କ କାମ ସାରି ଘରକୁ ଫେରୁଥିଲେ। ଏହି ସମୟରେ ହଠାତ ୩ ଜଣ ମୁଖା ପିନ୍ଧା ଦୁର୍ବୁର୍ତ୍ତମାନେ ଆସି ତାଙ୍କ ଗାଡି ଅଟକେଇ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗେଇଦେଇଥିଲେ। ଏହାପରେ ବନ୍ଧୁକ ମୁନରେ ଲୁଟି ନେଇଥିଲେ ୧୦ ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇଥିଲେ। ଏହାପରେ ଉକ୍ତ ସ୍ଥାନରୁ ଚମ୍ପଟ ମାରିଥିଲେ। ତେବେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ସେଠାରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରିବା ସହିତ ତଦନ୍ତ ଜାରି ରଖିଛି। ତେବେ ବାରମ୍ବାର ଏହିପରି ବନ୍ଧୁକ ଦେଖାଇ ଲୁଟ ଘଟଣା ଏକ ଚିନ୍ତାର ବିଷୟ ପାଲଟିଛି।
ଅଧିକ ପଢନ୍ତୁ ; ହୋଟେଲ କର୍ମଚାରୀକୁ ଗୋଡେଇ ଗୋଡେଇ ହାଣିଲେ ମଦ୍ୟପ ଯୁବକ