ଭୁୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଶନିବାର ବିଳମ୍ବିତ ସନ୍ଧ୍ୟା ଯାଏ ବସିତିବା ବୈଠକରେ ୧୬ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ୧୩ଟି ବିଭାଗର ୧୬ଟି ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି । ଏଥିରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣ ଯୋଜନା ସହ ଶିକ୍ଷାନୁଷ୍ଠାନରେ ଏସସି/ଏସଟି, ଏସଇବିସି ଛାତ୍ରଛାତ୍ରୀଙ୍କ ସଂରକ୍ଷଣ ନୀତିର ସଂଶୋଧନ ସାମିଲ୍ । ସାମ୍ବାଦିକ ସମ୍ମିଳନୀର ବୈଠକର ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି ଓ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ।
କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯେଜନାରେ ରାସନକାର୍ଡ ହିତାଧିକାରୀଙ୍କୁ ମୁଣ୍ଡପିଛା ଆଉ ୫ କେଜି ଚାଉଳ ଦିଆଯିବ । ଏହା ସହ ରାଜ୍ୟରେ ମୁଖ୍ୟମନ୍ତ୍ରୀ ହସ୍ତତନ୍ତ ଯୋଜନାର ଆରମ୍ଭ କରାଯିବ । ଏଥିରେ ବୁଣାକାରମାନେ ଉପକୃତ ହେବେ । ଯୋଜନାରେ ୫ ବର୍ଷ ପାଇଁ ୯୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
ଆଉ ଏକ ନିଷ୍ପତ୍ତି କ୍ରମରେ ସହ ଶିକ୍ଷାନୁଷ୍ଠାନରେ ଏସସି/ଏସଟି, ଏସଇବିସି ଛାତ୍ରଛାତ୍ରୀଙ୍କ ସଂରକ୍ଷଣ ନୀତିର ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଲୋକସେବା ଭବନରେ ଆୟୋଜିତ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଓ କେଭି ସିଂହ ଦେଓ, ମୁଖ୍ୟ ଶାସନ ସଚିବ ଅନୁଗର୍ଗ, ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ କ୍ୟାବିନେଟ୍ ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।
Also Read: କାର୍ଯ୍ୟରେ ଅବହେଳା ପାଇଁ କଡ଼ା ଆକ୍ସନ; ବିଏଲ୍ଓ ନିଲମ୍ବିତ