ଆସିଯାଇଛି ପାର୍ବଣର ଋତୁ । ଏହି ଋତୁକୁ ସ୍ୱାଗତକରିବା ପାଁଇ ପ୍ରକୃତିରାଣୀ କାଶତଣ୍ଡି ଅବତରଣ କରିଛି ଧରାପୃଷ୍ଠରେ । ସତେ ଯେପରି କହୁଛି ମା ମୁଁ ଆପଣ ଙ୍କୁ ସ୍ବାଗତ କରିବା ପାଇଁ ଧରା ପୃଷ୍ଟ କୁ ଆସିସାରିଲିନି, ଏବେ ଆପଣ ଆସନ୍ତୁ। ନା ସିଏ ବଗିଚାରେ ଫୁଟେ, ନା ସିଏ ଘର ଅଗଣାରେ ଫୁଟେ । ନା ସେ ଫୁଟେ ଛାତ ଉପରେ… ବାଟଘାଟ, ବିଲମାଳ, ନଈକୂଳ, ଅପନ୍ତରା ଇଲାକାରେ ଫୁଟି ଏହା ଆକର୍ଷଣର ପେଣ୍ଠସ୍ଥଳ ପାଲଟେ । ଫୁଲକା ଫୁଲକା ପବନର ଢେଉରେ ଦୋଳି ଖେଳି ଖେଳି କେବେ କେବେ ବାଟୋଇକୁ ଆଖିମାରି ଆନମନା କରେ । ଶରତର ଆଗମନୀରେ ଧରଣୀ ବାନ୍ଧିଲାଣି କାଶତଣ୍ଡୀର ବେଣୀ ।
ଖୋସାରେ ଖୋସିଲାଣି ଧୋବ ଫରଫର ଫୁଲ । ଆଉ ମାଟିର ସେ ଲାଜେଇ ହସ ଦେଖି ଆକାଶ ବି ହୃଦୟ ଦେବାକୁ ବସିଲାଣି… ଏଇତ କାଶତଣ୍ଡୀର ସ୍ୱତନ୍ତ୍ରତା, ଏଇତ ବାସହୀନ ଫୁଲେଇ ଫୁଲର ମାଦକତା । ଯେଉଁଠି ପ୍ରକୃତିରାଣୀ କାଶତଣ୍ଡୀ ଜରିଆରେ ମାନବ ଜାତିକୁ ବାର୍ତ୍ତା ଦିଏ ମାଆ ଜଗଦମ୍ବାଙ୍କ ଆଗମନର । ମାଆ ଆସୁଛନ୍ତି, ଜଗତ ଜନନୀ ଧରାବତରଣ କରୁଛନ୍ତି, ଏହି ସୁମ୍ବାଦ ନେଇ ବାଟେଘାଟେ ଫୁଟେ କାଶତଣ୍ଡୀ ଫୁଲ । କବି ଭାବୁକଙ୍କୁ କାଶତଣ୍ଡୀ ତ ଆନମନା କରେ କିନ୍ତୁ କାଶତଣ୍ଡୀ ଫୁଲର ମୁଲାୟମପଣ କୃଷକ, ଏବଂ ବାଟୋଇଙ୍କୁ ଘଡିଏ ରହିବାକୁ ବାଧ୍ୟକରେ । ମା'ଙ୍କ ଆଗମନରେ ଖିଲି ଖିଲି ହସୁଛି କାଶତଣ୍ଡୀ ଫୁଲ। ରାସ୍ତା କଡ଼ ହେଉ ଅବା ନଦୀ ପଠା। ସବୁଠି ଏବେ କାଶତଣ୍ଡୀ ଫୁଲ ଦେଖିବାକୁ ମିଳୁଛି। ସତେ ଯେମିତି ମାଆଙ୍କୁ ସ୍ଵାଗତ ଜଣାଉଛି ଧରଣୀରାଣୀ।
କାଶତଣ୍ଡୀ ଫୁଲର ସ୍ପର୍ଶରେ ଧରା ପୃଷ୍ଠକୁ ଅବତରଣ କରିଥାନ୍ତି ଜଗତ ଜନନୀମା' ଦୁର୍ଗା । ମା ଙ୍କ ଆଗମନ ରେ ତାର ଖିଲି ଖିଲି ଧବଳ ମୁଖୀ ହସରେ ମା ଙ୍କୁ ଡାକୁ ଛି କାଶତଣ୍ଡି। ଶରତ ଋତୁର ଆଗମନରେ ଏହି ଫୁଲ ପ୍ରଚୁରମାତ୍ରାରେ ଫୁଟିଥାଏ, ନଦୀ କୂଳରେ କାଶତଣ୍ଡି ପବନରେ ଦୋଳିଖେଳି ରାସ୍ତାରେ ଯାଉଥିବା ପଥିକକୁ ସ୍ୱାଗତ କରୁଥାଏ ଯେପରି ହସି ହସି ନଦୀପଠା, ବିଲହୁଡା ଓ ରାସ୍ତାକଡ଼ରେ ଏହି ଫୁଲ ଦେଖିବାକୁ ମିଳିଥାଏ , ଯେପରି ମନେହୁଏ ପ୍ରକୃତିରାଣୀ କାଶତଣ୍ଡି ଫୁଲର ଗାଲିଚା ବିଛାଇ ଅନାଇରହିଛି ଦେବାଦେବୀଙ୍କୁ ।
କଥାରେ ଅଛି ସୁନ୍ଦର ତୃପ୍ତିର ଅବସାଦ ନାହିଁ ଯେତେଦେଖୁଥିଲେ ନୂଆ ଦିଶୁଥାଇ!ସେଇଭଳି କାଶତଣ୍ଡି ଫୁଲ ଆବାଳ ବୃଦ୍ଧ ବନିତା ଠାରୁ କବିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ କରିଥାଏ ବିଭୋର , ବରଷକରେ ଥରେ ଫୁଟୁଥିବା ଏହି ଫୁଲ ଉପରେ ନଜର ପଡିଲେ ସତେ ଯେମିତି ମନଭିତରୁ ବାହାରିଆସେ କି ଆଃ କି ସୁନ୍ଦର ,ଯୁବ ପିଢ଼ିଙ୍କ ମଧ୍ୟ ପ୍ରଥମ ପସନ୍ଦ ହୋଇଥାଏ ଏଇ ଫୁଲ, ଫୋଟୋ ଉଠାଇବାପାଇଁ ଭିଡଜମିଯାଏ ଏଇ ଗଛ ପାଖରେ!ବିଶେଷକରି ଗାଁର ସୌନ୍ଦର୍ଯ୍ୟ ବେଶି ବଢ଼ାଇଥାଏ ଏହି କାଶତଣ୍ଡି, ଏଇ ଫୁଲ ଫୁଟି ଧରତ୍ରୀ ମାକୁ ଧବଳମୁଖୀ କରିଦିଏ,ଏହା ମଧ୍ୟ ଭଗବାନଙ୍କର ଏକ ନିଆରା ସୃଷ୍ଟି ବୋଲି କୁହାଯାଏ। ମା ଦୂର୍ଗା ଙ୍କ ଆଗମନକୁ ଅପେକ୍ଷା କରି ରହିଛି କାଶତଣ୍ଡି।