ଝାରସୁଗୁଡ଼ା: କିଛି ମାସ ତଳେ ଝାରସୁଗୁଡ଼ା ସହର ର ବିଭିନ୍ନ ସ୍ଥାନରୁ ରାଜାମାନ୍ ସୁଲତାନ ନାମକ ବ୍ୟକ୍ତିଙ୍କୁ ଝାରସୁଗୁଡ଼ା ପୋଲିସ ମନି ଲଣ୍ଡରିଂ ଆକ୍ଟ ସମେତ ବିଭିନ୍ନ ସଂଗୀନ ଦଫା ରେ ମାମଲା ରୁଜୁ ହେବା ସହ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଏବେ ବ୍ରଜରାଜନଗର ଅଞ୍ଚଳ ରେ ଆଉ ଏକ ଗ୍ୟାଙ୍ଗ ବିରୋଧ ରେ ସଂଗୀନ ଅଭିଯୋଗ ହୋଇଛି ।
ଏମସିଏଲ ଅବସପ୍ରାପ୍ତ କର୍ମଚାରୀ ବୁନ୍ଦିଆ କଲୋନୀ ର ପୀତବାସ ନାଏକ ୨୦୨୩ ରେ ବାଲ୍ମୀକି ସିଂ ଠାରୁ ୧୮ ଲକ୍ଷ ଟଙ୍କା ନେଇଥିଲେ । ଏହି ଟଙ୍କା ବାବଦକୁ ବାଲ୍ମୀକି ସିଂଙ୍କୁ ଶ୍ରୀ ନାଏକ ବ୍ୟାଙ୍କ ପାସବୁକ୍ , ୫ ଟି ଚେକ୍ ଓ ଏଟିଏମ୍ କାର୍ଡ ବନ୍ଧକ ଭାବେ ରଖିଥିଲେ, ପୀତବାସ ନାଏକ ପ୍ରତିମାସ ଦରମାରୁ ୧୮ ଲକ୍ଷ ଟଙ୍କା ର ସୁଧ ବାବଦକୁ ଏଟିଏମ୍ ରୁ ହଜାର ହଜାର ଟଙ୍କା ବାହାର କରିନେବା ସହ ୧୦ ହାଜର ଟଙ୍କା ପୀତବାସ ଙ୍କୁ ଘର ଚଲିବା ବାବଦକୁ ଦେଉ ଥିଲା ବାଲ୍ମୀକି ସିଂ। ୨୦୨୫ ମାର୍ଚ୍ଚ ରେ ଏମସିଏଲରୁ ଅବସର ନେଇଥଲେ ଶ୍ରୀ ନାଏକ । ମାତ୍ର ୨୦୨୫ ମସିହାରେ ବାଲ୍ମିକୀ ଆଉ ଟଙ୍କା ବାକି ଅଛି ବୋଲି କହି ପିତବାସ ନାୟକଙ୍କ ଠାରୁ ୨୮ ଲକ୍ଷ ଟଙ୍କା ନେଇଥିଲେ । ଏତିକିରେ ତାଙ୍କ ମନ ବୁଝି ନଥିଲା ଯେ ସେ ଶ୍ରୀନିବାସ ନାୟକଙ୍କ ନାମରେ ୧୦ ଲକ୍ଷ ଟଙ୍କାର ଏକ ଚେକ୍ ବ୍ୟାଙ୍କରେ ଭରିଥିଲେ । ତାଙ୍କ ଆକାଉଣ୍ଟରେ ଟଙ୍କା ନଥିବାରୁ ଚେକ୍ ଟି ବାଉଁସ ହୋଇଯାଇଥିଲା ।
ଫଳରେ ବାଲ୍ମୀକି ସିଂ ଅଗଷ୍ଟ ୧୪ ତାରିଖରେ ଶ୍ରୀ ନାଏକ ୧୦ ଲକ୍ଷ ଟଙ୍କା ନେଇଥିବା ଦର୍ଶାଇ ଝାରସୁଗୁଡ଼ା କୋର୍ଟରୁ ଏକ ମିଛ ଲିଗାଲ ନୋଟିସ କରିଥିଲେ, ଶ୍ରୀ ନାଏକ ନୋଟିସ ପାଇବା ପରେ ବ୍ୟାଙ୍କ୍ କୁ ଯାଇ ଖାତା ଯାଞ୍ଚ କରାଇବା ପରେ ବ୍ୟାଙ୍କ୍ କର୍ତ୍ତୃପକ୍ଷ ଶ୍ରୀ ନାଏକ ଙ୍କ ଖାତାରେ ମୋହର ମାରି ଲେଖି ଦେଇଥିଲେ ୨୦୨୧ ମସିହାରୁ ଆକାଉଣ୍ଟ ଅଚଳ ହୋଇସାରିଛି। ଏସବୁ ଘଟଣା ଜାଣିବା ପରେ ପୀତବାସ ନାଏକ ବ୍ରଜରାଜନଗର ଥାନାରେ ବୁନ୍ଦିଆ କଲୋନୀ ର ବାଲ୍ମୀକି ସିଂ ନାମରେ ଲିଖିତ ଅଭିଯୋଗ କରିଛନ୍ତି...ଲିଖିତ ଅଭିଯୋଗ ପରେ ବ୍ରଜରାଜନଗର ଥାନା ରେ ଗତ ୨୯ ସେପ୍ଟେମ୍ବର ୨୦୨୫ରେ ଏକ ମାମଲା ରୁଜୁ କରିଛନ୍ତି। ଯାହାର ଯାଞ୍ଚ ପୋଲସ ତରଫର କରାଗଲା ଅସଲ କଥାର ପର୍ଦ୍ଦାଫାଶ ହେବ ।