ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ ଚାକିରିଆଙ୍କୁ ଦୁର୍ଗା ପୂଜା ଉପଲକ୍ଷେ ବଡ଼ ଖୁସି ଖବର ଦେଇଛନ୍ତି ମୋଦୀ ସରକାର । କେନ୍ଦ୍ର ସରକାର ୩ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି । ଏହା ଦ୍ୱାରା ଦେଶର ୪୮ ଲକ୍ଷ କାର୍ୟ୍ୟରତ କର୍ମଚାରୀ ଏବଂ ୬୮ ଲକ୍ଷ ଅବସରପ୍ରାପ୍ତ କର୍ମଚାରୀ ଲାଭାନ୍ୱିତ ହେବେ । କେନ୍ଦ୍ରର ଘୋଷଣା ଅନୁଯାୟୀ ସପ୍ତମ ବେତନ କମିଶନରେ ଡିଏ ୫୫ ପ୍ରତିଶତରୁ ବୃଦ୍ଧି ପାଇ ୫୮ ପ୍ରତିଶତ ହୋଇଛି । ବର୍ଦ୍ଧିତ ଭତ୍ତା ୨୦୨୫ ଜୁଲାଇ ପହିଲାରୁ ପିଛିଲା ଭାବେ ଲାଗୁ ହେବ । ଜୁଲାଇ, ଅଗଷ୍ଟ ଏବଂ ସେପ୍ଟେମ୍ବରର ବକେୟା ଦରମା ଅକ୍ଟୋବର ଅର୍ଥାତ୍ ଦୀପାବଳୀ ପୂର୍ବରୁ ମିଳିବ ।