ନୂଆଦିଲ୍ଲୀ: ଚଳିତ ବର୍ଷର ଏମ୍୩ଏମ୍ ହୁରୁନ୍ ଇଣ୍ଡିଆର ଧନୀ ତାଲିକା ପ୍ରକାଶ ପାଇଛି । ଏଥିରେ ଶୀର୍ଷ ସ୍ଥାନରେ ଶିଳ୍ପପତି ମୁକେଶ ଅମ୍ବାନୀ, ଦ୍ୱିତୀୟରେ ଗୌତମ ଅଦାନୀ ଏବଂ ତୃତୀୟରେ ରହିଛନ୍ତି ରୋଶନୀ ନାଦର ମଲହୋତ୍ରା । ରୋଶନୀ ଚଳିତ ବର୍ଷ ଏକ ସ୍ଥାପନ କରିଛନ୍ତି । ସେ ଦେଶର ସବୁଠାରୁ ଧନୀ ମହିଳା ଉଦ୍ୟୋଗପତିରେ ଗଣତି ହୋଇଛନ୍ତି । ଏହା ସହିତ ସେ ଶ୍ରେଷ୍ଠ ତିନି ଜଣଙ୍କ ମଧ୍ୟରେ ହେଉଛନ୍ତି ପ୍ରଥମ ମହିଳା ଉଦ୍ୟୋଗପତି । ଏଚସିଏଲ୍ ଟେକ୍ନୋଲୋଜିଜ୍ ଅଧ୍ୟକ୍ଷା ରୋଶନୀ ନାଦାରଙ୍କ ମୋଟ ସମ୍ପତ୍ତି ୨.୮୪ ଲକ୍ଷ କୋଟି ରହିଛି ।
ରୋଶନୀଙ୍କ ନାଁରେ ଆଉ ଏକ ରେକର୍ଡ ମଧ୍ୟ ରହିଛି । ସେ ଦେଶର ପ୍ରଥମ ମହିଳା ଯିଏ ଆଇଟି ଫାର୍ମ ସ୍ଥାପନ କରିଛନ୍ତି । ତେବେ ଆସନ୍ତୁ ଜାଣିବା କିଏ ଏହି ମହିଳା ଉଦ୍ୟୋଗପତି ଯିଏ ଆଜି କୋଟି କୋଟି ମହିଳାଙ୍କ ପାଇଁ ଜଣେ ପ୍ରେରଣା ହୋଇଛନ୍ତି । ୧୯୮୨ ମସିହାରେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିବା ରୋଶନୀ ହେଉଛନ୍ତି ଏଚସିଏଲ୍ କମ୍ପାନୀର ପ୍ରତିଷ୍ଠାତା ଶିବ ନାଦାର ଏବଂ କିରଣ ନାଦରଙ୍କ ଝିଅ । ସେ ଉଚ୍ଚଶିକ୍ଷା ପାଇଁ ଆମେରିକା ଯିବା ପୂର୍ବରୁ ବସନ୍ତ ଭ୍ୟାଲି ସ୍କୁଲରେ ପଢୁଥିଲେ । ସେ ନର୍ଥୱେଷ୍ଟର୍ଣ୍ଣ ୟୁନିଭରସିଟିରୁ ରେଡିଓ, ଟେଲିଭିଜନ ଏବଂ ଫିଲ୍ମ ଶିକ୍ଷା ଲାଭ କରିଥିଲ । ପରେ ସେ କେଲଗ୍ ସ୍କୁଲ ଅଫ୍ ମ୍ୟାନେଜମେଣ୍ଟରୁ ଏମବିଏ ଡିଗ୍ରୀ ହାସଲ କରିବା ପରେ ୨୦୦୯ରେ ଗଣମାଧ୍ୟମରେ କାମ କରିଥିଲେ । ମାତ୍ର ଗୋଟିଏ ବର୍ଷ ଭିତରେ ସେ ବାପାଙ୍କ ଦ୍ୱାରା ସ୍ଥାପିତ ଏଚସିଏଲ୍ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବା ସିଇଓ ଭାବରେ ନିଯୁକ୍ତି ପାଇଥିଲେ । ଏହା ପରେ ସେ ୨୦୨୦ରେ ତାଙ୍କ ବାପାଙ୍କ ସ୍ଥାନ ତାଙ୍କୁ ମିଳିଥିଲା ଏବଂ ରୋଶନୀ ହୋଇଥିଲେ ଏଚସିଏଲର ଅଧ୍ୟକ୍ଷା । ତାଙ୍କ ନେତୃତ୍ୱରେ ଏଚସିଏଲ୍ କମ୍ପାନୀ ବିଶ୍ୱରେ ବିସ୍ତାରଲାଭ କରିଥିଲା ।
୧୯୮୨ ମସିହାରେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିବା ରୋଶନି ହେଉଛନ୍ତି ଶିବ ନାଦର ଏବଂ କିରଣ ନାଦରଙ୍କ ଝିଅ। ସେ ଉଚ୍ଚଶିକ୍ଷା ପାଇଁ ଆମେରିକା ଯିବା ପୂର୍ବରୁ ବସନ୍ତ ଭ୍ୟାଲି ସ୍କୁଲରେ ପଢିଥିଲେ। ସେ ନର୍ଥୱେଷ୍ଟର୍ଣ୍ଣ ୟୁନିଭରସିଟିରୁ ରେଡିଓ, ଟେଲିଭିଜନ ଏବଂ ଫିଲ୍ମ ଉପରେ ଧ୍ୟାନ ଦେଇ ଯୋଗାଯୋଗରେ ଡିଗ୍ରୀ ହାସଲ କରିଥିଲେ। ପରେ ସେ କେଲୋଗ୍ ସ୍କୁଲ ଅଫ୍ ମ୍ୟାନେଜମେଣ୍ଟରୁ ସାମାଜିକ ଉଦ୍ୟୋଗ ପରିଚାଳନା ଏବଂ ରଣନୀତିରେ ବିଶେଷଜ୍ଞତା ହାସଲ କରିଥିଲେ।