ନୂଆଦିଲ୍ଲୀ: ଭାରତ ଓ ଆମେରିକା ମଧ୍ୟରେ ଲାଗି ରହିଥିବା ଟାରିଫ୍ ୱାର୍ ମଧ୍ୟରେ ପ୍ରଥମ ଥର ଦୁଇ ଦେଶର ଶୀର୍ଷ ନେତୃତ୍ୱ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଚଳିତ ମାସରେ ମ୍ୟାଲେସିଆରେ ଆୟୋଜିତ ହେବାକୁ ଥିବା ଆସିଆନ୍ (ASEAN) ଶିଖର ସମ୍ମିଳନୀରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବାର ରହିଛି । ଏହି ପରିପ୍ରେକ୍ଷୀରେ ଉଭୟଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବାର ସମ୍ଭାବନା ରହିଛି ।
ଅକ୍ଟୋବର ୨୬ ରୁ ୨୮ ତାରିଖ ଯାଏ ତିନି ଦିନ ବ୍ୟାପୀ କୁଆଲାଲମ୍ପପୁରରେ ୪୭ତମ ଆସିଆନ୍ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ମୋଦୀ ଏଥିପାଇଁ ମ୍ୟାଲେସିଆ ଗସ୍ତ କରିବେ । ରାଷ୍ଟ୍ରପତି ଟମ୍ପ୍ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଯଦି ଉଭୟ ସମ୍ମିଳନୀରେ ଯୋଗ ଦିଅନ୍ତି ତେବେ ଉଭୟଙ୍କ ମଧ୍ୟରେ ଆଲୋଚନା ହେବାର ସମ୍ଭାବନା ରହିଛି ।
ଟ୍ରମ୍ପ ଭାରତୀୟ ସାମଗ୍ରୀ ଉପରେ 50 ପ୍ରତିଶତ ଶୁଳ୍କ ଲଗାଇଛନ୍ତି । ଯେଉଁଥିପାଇଁ ଭାରତର ମାଛ ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି କପଡ଼ ବ୍ୟବସାୟୀ ପର୍ଯ୍ୟନ୍ତ ଅନେକ କ୍ଷତି ସହିଲେଣି ।