ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆରଏସଏସ ସ୍ଥାପନାର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ୱତନ୍ତ୍ର ଡାକ ଟିକଟ୍, ମୁଦ୍ରା ଜାରି କରିଛନ୍ତି । ଏହି ଉପଲକ୍ଷେ ସେ ସଂଘର ଖୁବ୍ ପ୍ରଶଂସା କରିଛନ୍ତି । ପିଏମ ମୋଦୀ ନିଜ ସମ୍ବୋଧନରେ କହିଛନ୍ତି, ଆରଏସଏସର ଗୌରବଶାଳୀ ୧୦୦ ବର୍ଷର ଯାତ୍ରା ତ୍ୟାଗ, ନିଃସ୍ୱାର୍ଥ ସେବା, ରାଷ୍ଟ୍ର ନିର୍ମାଣ ଓ ଅନୁଶାସନର ଅସାଧାରଣ ଉଦାହରଣ । ଆମର ସ୍ୱଂୟ ସେବକ ପିଢି ଭାଗ୍ୟଶାଳୀ ଯେ, ଆରଏସଏସର ଶତାବ୍ଦୀ ବର୍ଷର ସାକ୍ଷୀ ପାଲଟିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ୧୯୬୩ରେ ଆରଏସଏସର ସ୍ୱଂୟସେବକ ଜାନୁଆରୀ ୨୬ ପରେଡ ମଧ୍ୟ ସାମିଲ୍ ହୋଇଥିଲେ । ସଂଘର ସ୍ୱଂୟସେବକ ଯିଏ ଅନବରତ ଭାବେ ଦେଶର ସେବାରେ ଜୁଟିଛନ୍ତି, ସମାଜକୁ ସଶକ୍ତ କରୁଛନ୍ତି, ଏହାର ଝଲକ ଏହି ଡାକ ଟିକଟରେ ରହିଛି । ମୁଁ ଏହି ସ୍ମୃତି ମୁଦ୍ରା ଓ ଡାକ ଟିକଟ ପାଇଁ ଦେଶବାସୀଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆଜି ମହାନବମୀ । ଆଜି ଦେବୀ ସିଦ୍ଧିଦାତ୍ରୀଙ୍କ ଦିନ । ମୁଁ ସମସ୍ତ ଦେଶବାସୀଙ୍କୁ ନବରାତ୍ରିର ଅଭିନନ୍ଦନ ଜଣାଉଛି । ଆସନ୍ତାକାଲି ବିଜୟାଦଶମୀର ମହାପର୍ବ । ଅନ୍ୟାୟ ଉପରେ ନ୍ୟାୟର ବିଜୟ । ଅସତ୍ୟ ଉପରେ ସତ୍ୟର ବିଜୟ, ଅନ୍ଧକାର ଉପରେ ପ୍ରକାଶର ବିଜୟ, ବିଜୟାଦଶମୀ ଭାରତୀୟ ସଂସ୍କୃତିର ଏହି ବିଚାର ଓ ବିଶ୍ୱାସର କାଳଜାୟୀ ।
Also read: NCRB ରିପୋର୍ଟ: ମହିଳାଙ୍କୁ ଉଲଗ୍ନ କରିବା ପ୍ରସଙ୍ଗରେ ଦେଶରେ ଓଡ଼ିଶା ପ୍ରଥମ, ବର୍ଷକରେ ୧୯୭୮ ମାମଲା ରୁଜୁ