ଭୁବନେଶ୍ୱର : ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି।ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ଅଧିକ ଘନୀଭୂତ ହୋଇ ୨ ଅକ୍ଟୋବର ସକାଳେ ଗଭୀର ଅବପାତରେ ପରିଣତ ହେବ। ୩ ଅକ୍ଟୋବର ସକାଳେ ଏହା ପାରାଦୀପ-ଗୋପାଳପୁର ମଧ୍ୟ ଦେଇ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରାପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି।
ଏହାର ପ୍ରଭାବରେ ୩ ଅକ୍ଟୋବରରେ ପୁରୀ, ଗଞ୍ଜାମ୍, ଖୋର୍ଦ୍ଧା, ନୟାଗଡ଼, କେନ୍ଦୁଝର, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏହା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରପଡ଼ା, ଜଗତସିଂହପୁର ଓ କଟକ ଜିଲ୍ଲାକୁ ମଧ୍ୟ ପ୍ରଭାବିତ କରିପାରେ।
ଆଞ୍ଚଳିକ ପାଣିପାଗ ବିଭାଗ ଭୁବନେଶ୍ୱର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି ଯେ “ଏହି ଅବପାତ ଦୁର୍ଗାପୂଜା ଓ ଦଶହରା ପାର୍ବଣକୁ ପ୍ରଭାବିତ କରିପାରେ। ଆଜିଠାରୁ ଶୁକ୍ରବାର-ଶନିବାର ସୁଦ୍ଧା ପ୍ରବଳ ବର୍ଷା ଓ ଘଡଘଡି ନେଇ ଓଡ଼ିଶାରେ ଆଲର୍ଟ୍ ଜାରି କରାଯାଇଛି। ମତ୍ସ୍ଯ ଜୀବିଙ୍କୁ ସମୁଦ୍ର ମଧ୍ଯକୁ ଯିବାକୁ ବାରଣ କରାଯାଇଛି।