ବାରିପଦା : ସ୍ବାମୀ ଅତ୍ୟାଚାର ସହି ନ ପାରି ନିଜର ଜୀବନ ହାରିବାକୁ ଚେ଼ଷ୍ଟା କଲା ସ୍ତ୍ରୀ। କେବଳ ସେତିକି ନୁହେଁ ସାଙ୍ଗରେ ଥିଲା ଗୋଟେ ମାସର ଛୋଟ ଛୁଆ।
ସୂଚନା ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ବଡପଥର ଖୋମ ର କିଛି ମହିଳା ପାରାଦୀପ କାମ କରିବାପାଇଁ ଯାଇ ଫେରୁଥିଲେ। କଟକ ଟ୍ରେନ ପହଞ୍ଚିବା ପରେ ଜଣେ ମହିଳା ଟ୍ରେନ ରେ ଏକ ମାସର ଛୁଆକୁ ଧରି ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିବାବେଳେ ମହିଳା ମାନେ ଅଟକାଇ ଥିଲେ ଏବଂ ଆଶ୍ଵାସନା ଦେଇ ତାଙ୍କୁବାଙ୍ଗିରିପୋଷି ଥାନା ଅଞ୍ଚଳ ନିଜ ଗ୍ରାମ ବଡପଥରଖୋମ କୁ ନେଇ ଆସି ବାଙ୍ଗିରିପୋଷି ଥାନାରେ ଜିମା ଦେଇଥିଲେ।
ତେବେ ମହିଳା ଜଣଙ୍କ ନିଜ ଗ୍ରାମ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା କାବୁଲପୁର ଗ୍ରାମ ର ସାଗର ମହାପାତ୍ର ଙ୍କ ପତ୍ନୀ ସପ୍ନା ସାହୁ ବୋଲି ଜଣାପଡିଛି। ପ୍ରେମ ବିବାହ କରିଥିବା ମହିଳା ଜଣଙ୍କ ନିଜ ଘର ମଧ୍ୟ ସେହି ଗ୍ରାମ ରେ ବୋଲି କହିଛନ୍ତି। ଏକ ମାସ ର କନ୍ୟା ସନ୍ତାନ ଥିଲେ ମଧ୍ୟ ସ୍ବାମୀ ଙ୍କ ଅକଥନୀୟ ନିର୍ଯାତନା ସହିନପାରି ଏମିତି ଚରମ ନିଷ୍ପତ୍ତି ନେଇଥିବା ପୁଲିସ ପାଖରେ ମହିଳା ଜଣଙ୍କ କହିଛନ୍ତି। ବାଙ୍ଗିରିପୋଷି ପୋଲିସ ଉକ୍ତ ମହିଳାଙ୍କୁ ଡାକ୍ତରଖାନା ନେଇ ଚିକିତ୍ସା କରାଇ ତାଙ୍କ ପରିବାର କୁ ଖବର ଦେଇଛି । ପରିବାର ଲୋକେ ପହଁଚିଲା ପରେ ସତ୍ୟାସତ ଜଣାପଡିବ ।