ଭୁବନେଶ୍ୱର: ଶାରଦୀୟ ଦୁର୍ଗାପୂଜାକୁ ନେଇ ଉତ୍ସବମୁଖର ସହର ବଜାର। ବିଭିନ୍ନ ସ୍ଥାନରେ ଥିବା ପୂଜାମଣ୍ଡପରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତିର ପୂଜା କରାଯାଉଛି। ଟୁଇନ୍ ସିଟିରେ ବେଶ୍ ଧୁମଧାମରେ ମା’ଙ୍କ ପୂଜାର୍ଚ୍ଚନା କରାଯାଉଛି। ଭୁବନେଶ୍ୱର ବ୍ଲକ ବରିମୁଣ୍ଡ ପଞ୍ଚାୟତର ଟାଙ୍ଗିବନ୍ତ ଗାଁରେ ୬୨ ଫୁଟର ଦୁର୍ଗା ମୂର୍ତ୍ତି ବେଶ୍ ଚର୍ଚ୍ଚାରେ ରହିଛି।
ଓଡ଼ିଶାରେ ପ୍ରଥମ ଥର ଏତେ ବଡ଼ ଦୁର୍ଗା ମୂର୍ତ୍ତି ନିର୍ମାଣ ହୋଇଛି। ସବୁଠାରୁ ବଡ଼ କଥା ହେଲା ଏତେବଡ ମୂର୍ତ୍ତୀ କୁ ଆମ ଓଡ଼ିଶାର ମୂର୍ତ୍ତୀକାର ମାନେ ତିଆରି କରିଛନ୍ତି। ୬୨ଫୁଟର ମୂର୍ତ୍ତି ସାଙ୍ଗକୁ ୭୫ ଫୁଟର ତୋରଣ ବେଶ୍ ଆକର୍ଷଣୀୟ ହୋଇଛି। ମାଆଙ୍କ ବିରାଟ ମୂର୍ତ୍ତି ତଳେ ୧୨ ଫୁଟର ୪ ଟି ସିଂହ ନିର୍ମାଣ କରାଯାଇଛି। ମଣ୍ଡପରେ ମାଆଙ୍କୁ ଦର୍ଶନ କରିବା ପାଇଁ ମେଲଣ ପଡ଼ିଆରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି।