କଟକ: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକରେ ଦଶହରା ବୁଲିବେ। ମହାନବମୀରେ କଟକର ବିଭିନ୍ନ ପୂଜା ମଣ୍ଡପ ବୁଲି ଦଶହରାର ମଜା ନେବେ। ମଣ୍ଡପରେ ମା’ ଦୁର୍ଗା ଓ ହରପାର୍ବତୀଙ୍କ ଦର୍ଶନ କରିବେ ମୋହନ। ଏ ନେଇ ପୂଜା କମିଟି ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି। ମୋହନଙ୍କ କଟକ ବୁଲା ନେଇ ସରକାରୀ ସ୍ତରରେ କାର୍ଯ୍ୟସୂଚୀ ସାଙ୍ଗକୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି।
ଚଳିତବର୍ଷ କଟକରେ ୧୭୦ ପୂଜା ମଣ୍ଡପ ଦେବୀଙ୍କ ଆବାହନ କରିଥିବାବେଳେ ସେଥିମଧ୍ୟରୁ ୩୭ଟି ମଣ୍ଡପରେ ଚାନ୍ଦିମେଢ଼ କରାଯାଇଛି। ସେଥିମଧ୍ୟରୁ କିଛି ପ୍ରମୁଖ ସ୍ଥାନ ଗୁଡିକରେ ଆଜି ମୁଖ୍ୟମନ୍ତ୍ରୀ ଯିବାର କାର୍ଯ୍ୟକ୍ରମ ରହିଛି। ଗତକାଲି ମୁଖ୍ୟମନ୍ତ୍ରୀ କେନ୍ଦୁଝରର ବିଭିନ୍ନ ପୂଜା ମଣ୍ଡପ ବୁଲିଥିଲେ।