ପୁରୀ: ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଙ୍ଗଳବାର ଏକ ବଡ଼ ଘୋଷଣା କରିଛନ୍ତି। ପୁରୀ ଶ୍ରୀମନ୍ଦିରର ୧ କିଲୋମିଟର ପରିଧୀ ଏବଂ ବଡ଼ଦାଣ୍ଡରେ ମଦ ଦୋକାନ ରହିବ ନାହିଁ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଏପରରିକି ବଡ଼ଦାଣ୍ଡ ଏବଂ ଏହାକୁ ସଂଯୋଗ କରୁଥିବା ଛୋଟ ଛୋଟ ରାସ୍ତାରେ ଆମିଷ ବିକ୍ରି ବନ୍ଦ କରିବାକୁ ମନ୍ତ୍ରୀ କହିଛନ୍ତି।
ଆଧ୍ୟାତ୍ମିକତାର ସୁରକ୍ଷା ଏବଂ ମନ୍ଦିର ପାଖେ କୌଣସି ତାମସିକ କଥା ନ ରହୁ। ମଦ ବିକ୍ରି ବନ୍ଦ ପଲିସୀ ଆସିବା ପରେ ଏହା କଡ଼ାକଡ଼ି କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ କହିଛନ୍ତି।