ଭୁବନେଶ୍ୱର: ପାର୍ବଣ ପାଇଁ ନାହିଁ ନଥିବା ଟ୍ରାଫିକ୍ ଯନ୍ତ୍ରଣାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଲୋକ । ସଂନ୍ଧ୍ୟା ହେଲା ମାତ୍ରେ ରାସ୍ତାରେ ଲାଗୁଛି ଗାଡି ମଟରର ଲମ୍ବାଲମ୍ବା ଲାଇନ୍ । ଶହେ ମିଟର ରାସ୍ତା ପାର୍ ହେବାକୁ ଲାଗୁଛି ଏକ ଘଣ୍ଟା ସମୟ । ବମିଖାଲ ଛକ, ରସୁଲଗଡ, ପଳାଶୁଣୀ ଛକ, ଶହିଦ ନଗର , ଷ୍ଟେସନ ବଜର ଚାରିଆଡେ ସ୍ଥିତ ସମାନ । ଏଭଳି ପରିସ୍ଥିତିରେ ଲୋକମାନେ ପୂଜା ମଣ୍ତପକୁ ଦୋଷ ଦେଇଛନ୍ତି । ପୂଜା ମଣ୍ତପ ତରଫ ପାର୍କିଂ ପାଇଁ ବ୍ୟବସ୍ଥା ହୋଇଥିଲେ ମଧ୍ୟ ସେଥିରେ ବ୍ୟତିକ୍ରମ ଦେଖା ଦେଇଛି ।
ତେବେ ଆଜି ମା’ଙ୍କ ପୀଠରେ ଦଶମୀ ଓ ମୃଣ୍ମୟ ମୂର୍ତ୍ତିଙ୍କ ନିକଟରେ ନବମୀ ନୀତି ଓ ପୂଜା ଅନୁଷ୍ଠିତ ହୋଇଯାଇଛି । ସେହି ଅନୁସାରେ ପୂଜା ନୀତି ମଧ୍ୟ ଅନୁଷ୍ଠିତ ହେଉଛି । ମା’ଙ୍କ ଦର୍ଶନ ନିମନ୍ତେ ପୂଜା ମଣ୍ତପ ମାନଙ୍କରେ ଓ ସଂଲଗ୍ନ ରାସ୍ତା ମାନଙ୍କରେ ଅସମ୍ଭାଳ ଭିଡ ପରିଲକ୍ଷିତ ହେଉଛି। ତେଣୁ ସାଧାରଣ ଜନତା ପୁଲିସ ଏବଂ ପ୍ରଶାସନିକ ଅଧିକାରୀ ମାନଙ୍କୁ ପାର୍କିଂର ସ୍ଥିତି ପରଖିବାକୁ ଅନୁରୋଧ କରିଛନ୍ତି ।