ରାସ୍ତାରେ ଜଳିଗଲା ଚଳନ୍ତା କାର। ତେବେ ଏଥିରେ କେହି ଆହତ ହୋଇନଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଡ୍ରାଇଭର। ତେବେ ଏପରି ଅଭାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା ତୋରଡାନାଳୀ ଗାଁ ନିକଟରେ ଜଳିଗଲା ଘଟିଛି। କାରରେ ସର୍ଟ ସର୍କିଟ କାରଣରୁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି।
ସୂଚନା ଅନୁସାରେ, ଟାଟା ଇଣ୍ଡିଗୋ କାରଟି ତୋରଡାନାଳୀ ଗାଁରୁ ଯାତ୍ରୀ ନେଇ କୁଟୁରିଆ ପଞ୍ଚାୟତ ଅନ୍ତର୍ଗତ ମା ବିଲେଇଶୁଣିଙ୍କ ଶକ୍ତି ପୀଠକୁ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଛି । ତେବେ କାରଟି ଚାଲୁଥିବା ବେଳେ ହଠାତ କାରରୁ ଧୂଆଁ ବାହାରିବା ସହିତ କ୍ଷଣକରେ କାରଟି ଜଳି ଯାଇଥିଲା। ଯାହାକୁ ଦେଖି ସମସ୍ତେ ଖୁବ ଭୟଭୀତ ହୋଇପଡିଥିଲେ। ଖବରପାଇ କଙ୍କଡ଼ାହାଡ଼ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ଏହି ଭୟଙ୍କର ଅଗ୍ନିକାଣ୍ଡରେ ଇଣ୍ଡିଗୋ କାରଟି ସଂପୂର୍ଣ୍ଣ ଜଳି ପୋଡି ପାଉଁଶ ହୋଇ ଯାଇଥିବା ବେଳେ ଏଥିରେ କାହାର କିଛି କ୍ଷତି ହୋଇନଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।