ରଙ୍ଗର ପର୍ବ ହୋଲି ପାଇଁ ସମସ୍ତ ସହର ଚଳଚଞ୍ଚଳ ହୋଇପଡିଛି । ଏହି ଅବସରରେ ମଧ୍ୟ ସମ୍ବଲପୁର ସହର ରଙ୍ଗିନମୟ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ହୋଲି ପୂର୍ବ ଦିନ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଯୋଗଦାନ କରି ଲୋକଙ୍କ ସହ ସାମିଲ ହୋଇଥିଲେ। ସମ୍ବଲପୁର ସହରର କଂସାରିପଡା ଠାରେ ପ୍ରତିବର୍ଷ ହୋଲି ପର୍ବ ପୂର୍ବ ଦିନ ହୋଲି ପାଇଁ ସ୍ୱତନ୍ତ୍ର ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ ।
ଏଥିରେ ସମ୍ପୁର୍ଣ୍ଣ ମାରୱ।ଡି ପରମ୍ପରା ସହ ହୋଲି ପାଇଁ ସାଂସ୍କୃତିକ ସହ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସହରର ବହୁ ପ୍ରତିଷ୍ଠିତ ବ୍ୟକ୍ତି ତଥା ସମାଜର ବିଭିନ୍ନ ବର୍ଗର ଲୋକେ ଯୋଗଦେଇଥିଲେ । ଏଥର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ଆୟୋଜକ ମାନଙ୍କୁ ଉତ୍ସାହିତ କରିଥିଲେ। ଏଥିରେ କାର୍ଯ୍ୟକ୍ରମର ଆୟୋଜକ ମାନଙ୍କ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱ।ଗତ ସମ୍ବର୍ଦ୍ଧନା ମଧ୍ୟ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ତେବେ ନିଜେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବନ୍ଧୁମିଳନ କାର୍ଯ୍ୟକ୍ରମରେ କିଛି ସମୟ ମଧ୍ୟ ଅତିବାହିତ କରିଥିଲେ । ଏହି ସଭାରେ କେନ୍ଦ୍ରମନ୍ତ୍ରୀ ଙ୍କ ସହ ଜୟନାରାୟଣ ମିଶ୍ର ଓ କାର୍ଯ୍ୟକ୍ରମର ମୁଖ୍ୟ ଆୟୋଜକ ଗୋବିନ୍ଦ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।