ଜବତ ହେଲା ୮୦୦ କେଜି ଗଞ୍ଜେଇ । ବୌଦ୍ଧ ପୋଲିସ ପକ୍ଷରୁ ଲକଡପାଜୁ ଗ୍ରାମ ନିକଟ ଜଙ୍ଗଲରେ ଚଢ଼ାଉ କରାଯାଇଥିଲା । ଏହି ଚଢ଼ଉବେଳେ ପୋଲିସ ୮୦୦ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି । ଲଗାତାର ଭାବେ ବଢି ଚାଲିଛି ଗଞ୍ଜେଇ ମାଫିଆ ମାନଙ୍କର ବେଆଇନ ଚୋରା ଚାଲାଣ । ଗଞ୍ଜେଇ ମାଫିଆ ମାନେ ଭିନ୍ନ ଭିନ୍ନ ସ୍ଥାନକୁ ଗଞ୍ଜେଇ ଚୋରା ଚାଲାଣ କରାଯାଉଛି ।
ସୂଚନା ଅନୁଯାୟୀ,ବୌଦ୍ଧ ଥାନା ଅନ୍ତର୍ଗତ ଲକଡପା ଗ୍ରାମ ନିକଟ ଜଙ୍ଗଲରେ ବେଆଇନ ଭାବେ ବିପୁଳ ପରିମାଣର ଗଞ୍ଜେଇ ରଖାଯାଇଥିଲା । ହାର ଖବର କୌଣସି ସୂତ୍ରରୁ ପୋଲିସକୁ ମିଳିଥିଲା । ହାପରେ ପୋଲିସର ଏକ ଟିମ ଜଙ୍ଗଲ ଭିତରେ ଚଢ଼ାଉ କରିଥିଲା । ଚଢ଼ଉବେଳେ ଘଟଣା ସ୍ଥଳରୁ ୮୦୦ କିଲୋ ଗଞ୍ଜେଇ ଜବତ କରାଯାଇଛି । ତେବେ ପୋଲିସ କୁ ଦେଖି ଗଞ୍ଜେଇ ବ୍ୟବସାୟୀମାନେ ସେଠାରୁ ଫେରାର ହୋଇଯାଇଛନ୍ତି । ଏନେଇ ପୋଲିସ ମାମଲା ରୁଜୁ କରିଛି ।