ବର୍ଷ ୨୦୨୨-୨୩ ବଜେଟ୍ ପାଇଁ ମତାମତ ଆହ୍ୱାନ କଲା ଅର୍ଥ ବିଭାଗ
Khabar Odisha:The-Department-of-Finance-has-called-for-suggestion-on-budget-2022-23

ଭୁବନେଶ୍ୱର, ଜାନୁଆରୀ ୧(ଖବର ଓଡ଼ିଶା): ବର୍ଷ ୨୦୨୨-୨୩ ବଜେଟ୍ ପାଇଁ ମତାମତ ଆହ୍ୱାନ କଲା ଅର୍ଥ ବିଭାଗ । ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ପ୍ରତିବର୍ଷ ବଜେଟ୍ ପାଇଁ ମତାମତ ଆହ୍ୱାନ କରାଯାଉଥିବା ବେଳେ ଚଳିତ ଥର ମଧ୍ୟ ଆଗମୀ ବଜେଟ୍ ପାଇଁ ମତାମତ ଆହ୍ୱାନ କରାଯାଇଛି ।

ବଜେଟ୍ ପାଇଁ ମତାମତ ଦେବାକୁ ନେଇ budget.odisha.gov.in ପୋର୍ଟାଲରେ ସମସ୍ତ ତଥ୍ୟ ଉପଲବ୍ଧ କରାଯାଇଛି । ପରାମର୍ଶ ଗୁଡିକ ଇ-ମେଲ, ହ୍ୱାଟ୍ସଆପ୍‌, ଟ୍ୱିଟର, ଫେସବୁକ୍ ଜରିଆରେ ମତାମତ ପଠାଯାଇପାରିବ ବୋଲି ସୂଚନା ଦିଆଯାଇଛି ।

ଆଜି ଏହି ପ୍ରକ୍ରିିୟା ଆରମ୍ଭ କରାଯାଇଥିବା ବେଳେ ଆସନ୍ତା ଗୋଟିଏ ମାସ ଧରି ବେଜେଟ୍ ପାଇଁ ପରାମର୍ଶ ଗ୍ରହଣ ପ୍ରକ୍ରିୟା ଜାରି ରହିବ । ଜାନୁଆରୀ ୩୧ ସୁଦ୍ଧା ଯେକେହିବି ୨୦୨୨-୨୩ ବଜେଟ୍ ପାଇଁ ପରାମର୍ଶ ଦେଇପାରିବେ ।

  • Tags:

Subscribe

National International State Sports Entertainment