ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା। ଚିକିତ୍ସା ନମିଳିବାରୁ ଡାକ୍ତରଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । କ୍ୟାପିଟାଲ ହସ୍ପିଟାଲରେ ଡାକ୍ତର ଓ ଆଟେଣ୍ଡାଣ୍ଟଙ୍କୁ ଆକ୍ରମଣ କରିଛନ୍ତି ରୋଗୀ।
ଘଟଣା ମୁତାବିକ, ଶୁକ୍ରବାର ଅପରାହ୍ନରେ ଅର୍ଥୋପେଡ଼ିକ ଡାକ୍ତରଙ୍କୁ ଦେଖାଇବାକୁ ଆସିଥିଲେ ରୋଗୀ। ହେଲେ ସମୟ ହୋଇଯାଇଥିବାରୁ ଡାକ୍ତର ତାଙ୍କୁ କାଜୁଆଲିଟି ଯିବାକୁ କହିଥିଲେ। ଚିକିତ୍ସା ନପାଇବାରୁ ସେ ଉତ୍ତେଜିତ ହୋଇ ଡାକ୍ତରଙ୍କୁ ଆକ୍ରମଣ କରିଥିଲେ। ରୋଗୀଙ୍କ ଆକ୍ରମଣରେ ଡାକ୍ତରଙ୍କ ହାତ ଭାଙ୍ଗିବା ସହ ଆଟେଣ୍ଡାଣ୍ଟ ଆହତ ହୋଇଛନ୍ତି। ନିମାପଡ଼ାରୁ ରୋଗୀ ନେଇ ଆସିଥିବା ଜଣେ ବ୍ୟକ୍ତି ଏଭଳିକାଣ୍ଡ ଭଆଇଥିବା ସୂଚନା ମିଳିଛି।
ଖବରପାଇ ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୁଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି। ଏହି ଘଟଣାରେ ଜଣଙ୍କୁ ପିଲିସ ଅଟକ ରଖିଥିବା ବେଳେ ଅନ୍ୟଜଣେ ଫେରାର ରହିଛି।
ଅଧିକ ପଢନ୍ତୁ: ପୁଣି ଜୀବନ ନେଲା ପ୍ୟାକେଟ ଫୁଡ୍; ଚିପ୍ସ ପ୍ୟାକେଟରେ ଥିବା ଖେଳନା ପାଇଁ ଚାଲିଗଲା ଶିଶୁର ଜୀବନ