ଭୁୁବନେଶ୍ୱର: ଯାଜପୁରରେ ବିଜେଡିକୁ ଲାଗିିଛି ଶକ୍ତ ଝଟକା । ଭୁଶୁଡିବାରେ ଲାଗିଛି ବିଜେଡିର ଗଡ । ଜଣେ କି ଦୁଇ ଜଣ ନୁହେଁ ଏକାଧିକ ସଂଖ୍ୟାରେ ବିଜେଡି ନେତା ପୂର୍ବତନ ଯାଜପୁର ସାଂସଦ ରିତା ତରାଇଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି । ବିଜେପି ରାଜ୍ୟ ମୁଖ୍ୟାଳୟରେ ଆୟୋଜିତ ଏକ ଭବ୍ୟ ମିଶ୍ରଣ ପର୍ବରେ ଯାଜପୁର ଜିଲ୍ଲାର ୧୬ ଜଣ ଜିଲ୍ଲା ପରିଷଦ ସଦସ୍ୟ ବିଜେଡି ଛାଡ଼ି ବିଜେପିରେ ମିଶିଛନ୍ତି । ଏହି ସମୟରେ ଶତାଧିକ ସଂଖ୍ୟାରେ କର୍ମୀ ପଦ୍ମ ଧରିଛନ୍ତି ।
ବିଜେପିରେ ଯାଜପୁରର ପୂର୍ବତନ ସାଂସଦ ରିତା ତରାଇ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ନଳିନୀ ପ୍ରଭା ଜେନା ଓ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ ବିଜେପିରେ ଯୋଗ ଦେଲେ ଯାଜପୁରର ପୂର୍ବତନ ସାଂସଦ ରିତା ତରାଇ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ନଳିନୀ ପ୍ରଭା ଜେନା ଓ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ ଯୋଗ ଦେଇଛନ୍ତି । ନିଜର ବହୁ ସଂଖ୍ୟକ ସମର୍ଥକଙ୍କ ସହ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଯୋଗ ଦେଇଛନ୍ତି ଯାଜପୁର ଜିଲ୍ଲାର ବିଜେଡିର ଶତାଧିକ କର୍ମୀ । ନଳିନୀ ଜେନା ଓ ଗଣେଶ୍ୱର ବରାଳଙ୍କ ସମର୍ଥକ ମାନେ ବିଜେପିରେ ମିସିଥିବାରୁ ବାଣ ଫୁଟାଇ ନିଜର ଖୁସି ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଠାରୁ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଇଥିବା କହିଛନ୍ତି ନଳିନୀ । କୌଣସି ପଦବୀ ପାଇଁ ଆଶା ନଥିବା କହିଛନ୍ତି ନଳିନୀ ଜେନା ଓ ଗଣେଶ୍ୱର ବରାଳ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ଭବ୍ୟ ମିଶ୍ରଣ ପର୍ବର ଆୟୋଜିତ କରାଯାଇ ସମସ୍ତଙ୍କୁ ସ୍ୱାଗତ କରାଯାଇଛି ।
ଏହି ଅବସରରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ବିଜେପି ହେଉଛି ବିଶ୍ୱର ସବୁଠାରୁ ବଡ଼ ରାଜନୈତିକ ଦଳ । ଦେଶର ୨୧ ରାଜ୍ୟରେ ବିଜେପି ଏବଂ ଏନ୍ଡିଏର ସରକାର ଅଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୧୨ବର୍ଷ ହେବ ଅତି ନିଷ୍ଠାର ସହ ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ଗଠନ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ସାରା ବିଶ୍ୱ ଆଜି ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନେତୃତ୍ୱକୁ ଗ୍ରହଣ କରିଛି । ଓଡ଼ିଶାବାସୀଙ୍କ ସହଯୋଗରେ ରାଜ୍ୟରେ ବିଜେପି ସରକାର ୧୭ ମାସ ପୂରଣ କରିଛି । ଓଡ଼ିଶାରେ ଏକାକୀ ସରକାର ଗଠନ କରିବା ଦିନରୁ ସଂକଳ୍ପପତ୍ରରେ ଯାହା ସବୁ ପ୍ରତିଶ୍ରୁତି ଦେଇଥିଲା ସେଥିରୁ ଅଧିକାଂଶ ବିଜେପି ପୂରଣ କରିସାରିଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉପରେ ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ଦିନକୁ ବଢ଼ିଚାଲିଛି ।