ଚିଲିକା: ବର୍ତ୍ତମାନ ଶୀତ ଋତୁ ଥିବାରୁ ଚିଲିକାରେ ଅନେକ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଛି । ଆସନ୍ତା ୧୮ ତାରିଖରେ ଚିଲିକାରେ ପକ୍ଷୀ ଗଣନା କାର୍ୟ୍ୟ ଆରମ୍ଭ ହେବ । ବନ୍ୟପ୍ରାଣୀ ବିଭାଗ ଅଧୀନ ୫ଟି ରେଞ୍ଜ୍ ଚିଲିକା, ସାତପଡ଼ା, ରମ୍ଭା, ବାଲୁଗାଁ ଓ ଟାଙ୍ଗୀରେ ଗଣନା ହେବା ।
ଗଣନାରେ ମୋଟ ୨୨ଟି ନିୟୋଜିତ ହେବେ । ବନ ବିଭାଗ କର୍ମଚାରୀ, ପକ୍ଷୀ ସୁରକ୍ଷା ବାହିନୀ, ପକ୍ଷୀ ସୁରକ୍ଷା ସଂଗଠର କର୍ମକର୍ତା, ଓୟୁଏଟିର କର୍ମଚାରୀ, ଛାତ୍ରଛାତ୍ରୀ ଓ ପକ୍ଷୀ ବିଶେଷଜ୍ଞ ଓ ସିଡିଏର କର୍ମଚାରୀମାନେ ସାମିଲ ହେବେ । ବାଇନା କୁଲାର, ବାର୍ଡସ ଗାଇଡ଼ ବୁକ, କ୍ୟାମେରା, ଜିପିଏସ୍ ଟ୍ରାକର ଆଦି ବ୍ୟବହାର କରାଯିବ ।
ସେହିପରି ଚିଲିକା ହ୍ରଦରେ ତିନି ଧରି ଡଲଫିନ୍ ଗଣନା ମଧ୍ୟ କରାଯିବ । ଆସନ୍ତା ୨୦, ୨୧ ଓ ୨୨ ତାରିଖରେ ବାଲୁଗାଁ ଏବଂ ସାତପଡ଼ାରେ ଅଞ୍ଚଳରେ ଡଲଫିନ୍ ଗଣନା କରାଯିବ । ଏଥିରେ ୧୮ଟି ଟିମ୍ରେ ମୋଟ ୯୦ଜଣ ଗଣନାରେ ନିଯୁକ୍ତ ହେବେ । ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଓ ଚିଲିକା ଉନ୍ନୟନ କର୍ତୃପକ୍ଷର ମିଳିତ ସହଯୋଗରେ ଗଣନା କରାଯିବ । ଏହି ସମୟରେ ପର୍ଯ୍ୟଟକ ଓ ମସ୍ୟଜୀବିମାନଙ୍କୁ ଚିଲିକା ମଧ୍ୟକୁ ଯିବା ପାଇଁ ବାରଣ କରାଯାଇଛି ।
ପ୍ରକାଶ ଯୋଗ୍ୟ, ୨୦୨୫ ବର୍ଷର ଶୀତକାଳୀନ ଗଣନାରେ ଚିଲିକାରେ ସର୍ବାଧିକ ପକ୍ଷୀଙ୍କର ଆଗମନ ହୋଇଥିବା ଜଣାପଡ଼ିଥିଲା । ଚିଲିକାରେ ମୋଟ୍ ପକ୍ଷୀ ସଂଖ୍ୟା ୧୧ଲକ୍ଷ ୨୭ହଜାର ୨୨୮ ପକ୍ଷୀଙ୍କ ଆଗମନ ହୋଇଥିଲା । ଏଥିରୁ ୧୦୯ ପ୍ରଜାତିର ୧୦ ଲକ୍ଷ ୮୭ ହଜାର ବିଦେଶୀ ପକ୍ଷୀ ରହିଥିଲେ । ୮୭ ପ୍ରଜାତିରେ ୪୦ ହଜାର ଦେଶୀୟ ପକ୍ଷୀ ମଧ୍ୟ ଚିଲିକାରେ ଚିହ୍ନଟ ହୋଇଥିଲେ ।