ଭୁବନେଶ୍ୱର: ଜଣେ ଅବସରପ୍ରାପ୍ତ ବନ ଅଧିକାରୀ ଆୟ ବର୍ହିଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସେ ହେଲେ ପୁରୀ ଜିଲ୍ଲାର ବନଖଣ୍ଡ କାର୍ଯ୍ୟାଳୟର ସହକାରୀ ବନ ସଂରକ୍ଷକ ସୁରେଶ ଚନ୍ଦ୍ର ରଥ ।
ଭୁବନେଶ୍ୱର ଭିଜିଲାନ୍ସର ଅତିରିକ୍ତ ସ୍ୱତନ୍ତ୍ର ବିଚାରପତି ପୂର୍ବତନ ଏସିଏଫ୍ ସୁରେଶ ଚନ୍ଦ୍ର ରଥଙ୍କୁ ଆୟ ବର୍ହିଭୂତ ସମ୍ପତ୍ତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ମାନ୍ୟବର ଅଦାଲତ ପୂର୍ବତନ ଏସିଏଫଙ୍କୁ ୩ ବର୍ଷର ଜେଲ ଦଣ୍ଡ ଶୁଣାଇଛନ୍ତି । ଏହା ସହିତ ୧ ଲକ୍ଷ ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ତତସହିତ ଏସିଏଫଙ୍କ ଭତ୍ତା ବନ୍ଦ କରିବାକୁ ବିଭାଗୀୟ ଅଧିକାରୀଙ୍କ ନିକଟରେ ଆବେଦନ କରିବାକୁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଛନ୍ତି ।