ଝାରସୁଗୁଡା: ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ କଲେ ତେଲ ମାଫି। ଝାରସୁଗୁଡା ଜିଲ୍ଲା ବିମାନ ବନ୍ଦର ଥାନା ଅନ୍ତର୍ଗତ ମାଳିମୁଣ୍ଡା ଆଇଓସିଏଲ ଡିପୋ ନିକଟରେ ଥିବା ତେଲ ଟ୍ୟାଙ୍କରରୁ ଡିଜେଲ ଚୋରି ନେଇ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଛନ୍ତି ୩ଜଣ ସାମ୍ବାଦିକ। ଘଟଣାସ୍ଥଳରେ ତେଲ ଚୋରି କରୁଥିବା ମାଫିଆମାନେ ସେମାଙ୍କ ଉପରକୁ ଛୁରୀ, ଭୁଜାଲି ଦେଖାଇ ହତ୍ୟା ଉଦ୍ୟମ କରି ମରଣାନ୍ତକ ଆକ୍ରମଣ କରିଥିଲେ।
ତେବେ ଖବର ପାଇ ସଦର ଏସଡିପିଓ ଉମା ଶଙ୍କର ସିଂ, ଏବଂ ଆଇଆଇସି ବନ୍ଦନା ନାୟକ ଘଟଣାସ୍ଥଳରେ ପହଞ୍ଚି ୩ ଅଭିଯୁକ୍ତଙ୍କୁ ଅଟକ ରଖିବା ସହ ମାଫିଆଙ୍କ କାର, ଡିଜେଲ ଜାରକୁ ଜବତ କରିଛନ୍ତି।